ଏନଏଲୟୁ ପକ୍ଷରୁ ମୁଣ୍ଡାସାହିରେ ସଚେତନତା କାର୍ଯ୍ୟକ୍ରମ
କଟକ : ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଓଡିଶା(ଏନଏଲୟୁଓ)ର ସେଣ୍ଟର ଫର୍ ଟ୍ରାଇବାଲ୍ ଷ୍ଟଡିଜ୍ ପକ୍ଷରୁ ବାଲ୍ମିକୀନଗର ମୁଣ୍ଡାସାହିଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏନଏଲୟୁଓର ଛାତ୍ରଛାତ୍ରୀମାନେ ଅନୁୁସୂଚୀତ ଜନଜାତିର ଲୋକମାନଙ୍କ ଅଧିକାର ଓ ସେମାନଙ୍କ ନିମନ୍ତେ ଥିବା ସାମ୍ବିଧାନିକ ବିଧି ବ୍ୟବସ୍ଥା ବିଷୟରେ ସଚେତନତା ସୃଷ୍ଟି କରିଥିଲେ । ଏହି ଅବସରରେ ଅଂଶ ଗ୍ରହଣକାରୀମାନଙ୍କୁ ସଫେଇ ବା ପାରିପାଶ୍ୱର୍ିକ ପରିବେଶକୁ ସଫାସୁତୁରା ରଖିବା ବିଷୟରେ ଅବଗତ କରାଯିବା ସହିତ କ୍ଲିନଲିନେସ୍ ଡ୍ରାଇଭ୍ ତରଫରୁ ଅଂଶ ଗ୍ରହଣକାରୀମାନଙ୍କୁ ଏକ ୩ ମିନିଟ ଅବଧିର ଭିଡିଓ ପ୍ରଦର୍ଶନ କରାଯାଇ ସଚେତନତା ସୃଷ୍ଟି କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ସେଠାକାର ବାସିନ୍ଦାମାନଙ୍କର ସମସ୍ୟା ବିଷୟରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଏନଏଲୟୁଓର ସହକାରୀ ପ୍ରଫେସର ଶୁଭାଶ୍ରୀ ପଣ୍ଡା, ଅଧ୍ୟାପକ କୁମାର ଜିବିପେଗୁ ଏବଂ ସ୍ୱତନ୍ତ୍ର ଅଧିକାରୀ ଦୁର୍ବାଦଳ ମନ୍ତ୍ରୀ ପରିଚାଳନା କରିଥିଲେ । ଏନଏଲୟୁଓର ଛାତ୍ରୀମାନଙ୍କ ମଧ୍ୟରେ ଚାର୍ମି ସୁଦିପ୍ତି, ମିତାଲି ରାୱତ, ସ୍ମୃତି ହୋରୋ, ସଶ୍ରିତା, ଟୁଡୁ ଜେସି ଓ ତନିଷ୍ଠା ମଙ୍ଗରାଜ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।
