ପୁତୁରାର ଠେଙ୍ଗା ମାଡ଼ରେ ଖୁଡି ମୃତ
କଳାହାଣ୍ଡି : ଜମି ବିବାଦକୁ ନେଇ ପୁତୁରାର ଠେଙ୍ଗା ମାଡ଼ରେ ଖୁଡି ମୃତ। ଏପରି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲା ଲାଞ୍ଜି ଗ୍ରାମରେ ।
ସୂଚନା ଯେ, ଦୀର୍ଘଦିନ ହେବ ପୁତୁରା ଓ ଖୁଡିଙ୍କ ପରିବାର ମଧ୍ୟରେ ଜମି ବିବାଦ ରହିଥିଲା । ଯାହା ଗୁରୁବାର ରାତିରେ ଉଗ୍ରରୂପ ଧାରଣ କରିଥିଲା । ଏପରିକି ଦୁଇ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଏଥିରେ ପୁଚୁରାର ଆକ୍ରମଣରେ ଖୁଡିର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହାସହ ଉଭୟ ପରିବାରର ଅନ୍ୟ ୭ ଗୁରୁତର ମଧ୍ୟ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତ ମହିଳା ହେଲେ ଲିପସା ସାହୁ (୫୫) । ତେବେ ଚାଷ ଜମି ବିବାଦକୁ ନେଇ ଦୀର୍ଘ ଦିନ ଧରି ଦୁଇ ପରିବାର ମଧ୍ୟରେ ବିବାଦ ଥିବା ସୂଚନା ମିଳିଛି । ପୋଲିସ ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି।
