ଆଇପିଏଲ ବେଟିଂ ବେଳେ ଚାଢାଉ, ୨ ଗିରଫ
- ଦୁବାଇରୁ ଭାୟା ମୁମ୍ବାଇ ଦେଇ ଝାରସୁଗୁଡାରେ ଚାଲିଥିଲା ଖେଳ
ଝାରସୁଗୁଡା: ଦୁବାଇରୁ ଭାୟା ମୁମ୍ବାଇ ଦେଇ ଝାରସୁଗୁଡା ଜିଲ୍ଲାରେ ଚାଲିଥିଲା ଆଇପିଏଲ ବେଟିଂ l ବେଆଇନ ଭାବରେ ଚାଲିଥିବା ଏହି ବେଟିଂ ବିଷୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଝାରସୁଗୁଡା ଟାଉନ ଗୋଶାଳା ରୋଡ଼ ରେଳ ଫାଟକ ନିକଟସ୍ଥ ହରିଶ ସାହୁଙ୍କ ବେଶମେଣ୍ଟରେ ଚଢାଉ କରି ପୁଲିସ ୨ ଜଣଙ୍କୁ ଗିରଫ କରିଛି l ଗିରଫ ବ୍ୟକ୍ତି ଦ୍ବୟ ଟାଟା ଗଳି ଅଂଚଳର ଏମଡି ଅକିଲ ଖାନ ଏବଂ ମଳିପଡାର ହରିଶ ସାହୁ ବୋଲି ଜଣା ପଡିଛି l ସେମାନଂକ ନିକଟରୁ ୬ ଲକ୍ଷ ୮୦ ହଜାର ଟଙ୍କା, ୭ଟି ମୋବାଇଲ ଫୋନ ଓ ବିଭିନ୍ନ କାଗଜ ପତ୍ର ଜବତ କରିଛି l ଏହାସହ ଏଥିରେ ସାମିଲ ଥିବା ଅନ୍ୟ ୪ ଜଣଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି l
