ବୀରଭୁମରେ ୮ ମୃତକଙ୍କ ଅସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ, ଜୀଅନ୍ତା ଜାଳିବା ପୂର୍ବରୁ ମରଣାନ୍ତକ ଆକ୍ରମଣ କରିଥିଲେ ଦୁର୍ବୃତ୍ତ
ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ବୀରଭୁମରେ ୮ଜଣଙ୍କୁ ଜୀବନ୍ତ ନିଆଁ ଲଗାଇ ଦେବା ଘଟଣାରେ ଏବେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ବ୍ୟବଚ୍ଛେଦ ରିପୋର୍ଟରୁ ଜଣା ପଡିଡ଼ଛି ଯେ ଆଠ ଜଣଙ୍କୁ ପୋଡି ମାରିବା ପୁର୍ବରୁ ସେମାନଙ୍କୁ ମାଡ଼ ମାରି ଆହତ କରିଥିଲେ ଦୁର୍ବତ୍ତ। ଏହି ଘଟଣାରେ ତିନି ମହିଳା ଏବଂ ଦୁଇ ଶିଶୁଙ୍କ ସମେତ ଆଠ ଜଣଙ୍କୁ ଜୀବନ୍ତ ପୋଡି ହତ୍ୟା କରିଥିଲେ। ଫରେନସିକ୍ ଟିମ୍ର ପ୍ରାଥମିକ ରିପୋର୍ଟରୁ ଜଣା ପଡିଛି ଯେ ଦୁର୍ବତ୍ତମାନେ ସୋନଙ୍କୁ ଜୀବନ୍ତି ନିଆଁ ଲଗାଇବା ପୁର୍ବରୁ ସେମାନଙ୍କୁ ପ୍ରବଳ ମାଡ଼ ମାରିଥିଲେ।
ଏହି ଘଟଣାରେ ସମ୍ପୃକ୍ତି ଥିବା ୨୦ ଜଣଙ୍କୁ ଏପର୍ଯ୍ୟନ୍ତ ଗିରଫ କରିଲାଣି ପୋଲିସ। ସୋମବାର ତୃଣମୁଳ କଂଗ୍ରେସ କର୍ମୀଙ୍କ ହତ୍ୟା ପରେ ଏହି ହିଂସା ଉଗ୍ର ରୁପ ନେଇଥିଲା ଦୁର୍ବତ୍ତମାନେ ପ୍ରାୟ ୧୦ରୁ ୧୨ ଘରେ ଲୋକଙ୍କୁ ଘର ଭିତରେ ବନ୍ଦ କରି ନିଆଁ ଲଗାଇ ଦେଇଥିଲେ। ଏହି ଘଟଣାରେ ଅବହେଳା ପାଇଁ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ତେବେ ଆଜି ଏହି ଅଞ୍ଚଳକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା କରଯାଇଛି । ଏପରିକି ହେଲିପ୍ୟାଡ ନିକଟରେ ସିସିଟିଭି କ୍ୟାମେରା ଲଗାଯାଇଛି ବୋଲି ପୋଲିସ କହିଛି । ଏହି ଘଟଣାରେ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି ମମତା କହିଛନ୍ତି । ସେପଟେ ଏହି ଘଟଣାକୁ ଘୃଣ୍ୟ କହିବା ସହିତ ରାଜ୍ୟ ସରକାର ଏହି ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆଶା ପ୍ରକଟ କରିଛନ୍ତି ।
