କଲ୍ୟାଣ ଶିକ୍ଷକ ସଂଘ ତରଫରୁ ସହାୟତା ପ୍ରଦାନ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ବୈଷ୍ଣବବନ୍ଧ ଆଶ୍ରମ ରେ ଜଣେ କାର୍ଯ୍ୟରତ କର୍ମଋରୀ ସୀତାମଣି ମାଝୀ ରୋଷେୟା ତଥା ଅନୁଚର ଭାବେ କାର୍ଯ୍ୟ କରୁଥିବା ବେଳେ ଗତ ୧୯.୧୦.୨୨ ରିଖରେ ଅସୁସ୍ଥ ଥିବା ବେଳେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ତାଙ୍କର ପରଲୋକ ପରେ ୧୨.୧୧.୨୨ରିଖ ଦିନ ସୀତାମଣି ମାଝୀଙ୍କର ଏକାଦଶାହ କର୍ମ ପାଳନ କରାଯାଉଛି । ଏହି ଅବସରରେ ବାଲେଶ୍ଵର ଜିଲ୍ଲାର ମଙ୍ଗଳ ଅଧିକାରୀ ଶ୍ରୀ ବିଶ୍ଵଦର୍ଶୀ ସାହୁଙ୍କ ପରାମର୍ଶ କ୍ରମେ ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ସଂଘ ବାଲେଶ୍ବର ଶାଖା ତରଫରୁ ୰ସୀତାମଣି ମାଝୀଙ୍କ ସ୍ଵାମୀକୁ ୨୮ହଜାର ଟଙ୍କା ସଂଘର ସଂପାଦକ ରାଜୀବ ଲୋଚନ ପାତ୍ର ଓ ବଣଭୂଇଁ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଇତିଶ୍ରୀ ରାଉତ, ବାଙ୍କିଶୁଳ ଆଶ୍ରମର ଶିକ୍ଷକ ପ୍ରଶାନ୍ତ କୁମାର ମଲିକ, ବୈଷ୍ଣବବନ୍ଧର ପ୍ରଧାନଶିକ୍ଷକ , ତେଲିପାଳର ପ୍ରଧାନ ଶିକ୍ଷକ, ଶ୍ରୀପତି ଆଶ୍ରମର ପ୍ରଧାନଶିକ୍ଷକଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଥିଲା । ଶୋକସନ୍ତପ୍ତ ପରିବାରକୁ ସାନ୍ତନା ଦେବା ସହ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ ।
