ଇସ୍ତଫା ଦେଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର
ଭୁବନେଶ୍ୱର : ରାଜ୍ୟ ମନ୍ତ୍ରିମଣ୍ଡଳରେ ଅଦଳବଦଳ ଚର୍ଚ୍ଚା ମଧ୍ୟରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଇସ୍ତଫା ଦେଇଛନ୍ତି । ଉପବାଚସ୍ପତିଙ୍କୁ ସେ ନିଜ ଇସ୍ତଫା ପତ୍ର ପଠାଇ ଦେଇଥିବା ସୂଚନା ମିଳିଛି । ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା ଭିତରେ ଏହି ଇସ୍ତଫା ଖବର ସାମ୍ନାକୁ ଆସିଛି।
ଇସ୍ତଫା ଦେଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ବାଚସ୍ପତି ପଦରୁ ଇସ୍ତଫା ଦେଲେ ସୂର୍ଯ୍ୟନାରାୟଣ । ନବୀନଙ୍କ ମନ୍ତ୍ରିମଣ୍ଡଳରେ ହୋଇପାରେ ବଡ଼ ପରିବର୍ତ୍ତନ । ମନ୍ତ୍ରିମଣ୍ଡଳର କିଛି ମନ୍ତ୍ରୀଙ୍କୁ ଏକକାଳୀନ ଇସ୍ତଫା ଦେବାକୁ ନିର୍ଦ୍ଦେଶ ମିଳିଥିବା ନେଇ ସୂଚନା ମିଳିଛି । ଆଉ ଏହାସହ ପୁଣିଥରେ ନୂଆ ମନ୍ତ୍ରୀମଣ୍ଡଳ ପାଇଁ ବାଟ ଫିଟିଛି । ନବୀନଙ୍କ ପଞ୍ଚମ ପାଳିରେ ଏଯାବତ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ହୋଇନାହିଁ । ୨୦୧୯ ନିର୍ବାଚନରେ ବିଜେଡି ସରକାରକୁ ଆସିବା ସହ ନୂଆ ମନ୍ତ୍ରିମଣ୍ଡଳ ଗଠନ ସହ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ନବୀନ । ତେବେ ଦୀର୍ଘ ୩ ବର୍ଷ ବିତି ଯାଇଥିଲେ ମଧ୍ୟ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ କରିନଥିଲେ ନବୀନ । ପୂର୍ବରୁ ବାରମ୍ବାର ମନ୍ତ୍ରିମଣ୍ଡଳର ପରିବର୍ତ୍ତନ ନେଇ ଚର୍ଚ୍ଚା ହୋଇଥିଲା । ତେବେ କୌଣସି କାରଣରୁ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ବିଳମ୍ବିତ ହୋଇଥିଲା । କିନ୍ତୁ ଏବେ ମିଳିଥିବା ସୂଚନା ଅନୁଯାୟୀ ଦଳର କିଛି ବରିଷ୍ଠ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି । ଯାହା ଦର୍ଶାଉଛି ଖୁବଶୀଘ୍ର ନୂଆ ମନ୍ତ୍ରିମଣ୍ଡଳ ଗଠନ କରିପାରନ୍ତି ନବୀନ ।
