ବିଧାନସଭା ନିର୍ବାଚନ: ଆଜି ୩ଟି ରାଜ୍ୟରେ ଭୋଟ
ନୂଆଦିଲ୍ଲୀ : ଉତ୍ତର ପ୍ରଦେଶରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଏହାସହ ଉଊତ୍ତରାଖଣ୍ଡ ଓ ଗୋଆରେ ମଧ୍ୟ ମତଦାନ ହେବ । ଏକାସଙ୍ଗରେ ଏ ଦୁଇ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ମତଦାନ ଶେଷ ହେବ । ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସୋମବାର ୨ୟ ପର୍ୟ୍ୟାୟରେ ୯ଟି ଜିଲାର ୫୫ଟି ଆସନରେ ମତଦାନ ଜାରି ରହିଛି । ସେହିପରି ଉତ୍ତରାଖଣ୍ଡରେ ୭୦ ଓ ଗୋଆରେ ୪୦ଟି ଆସନରେ ମତଦାନ ଚାଲିଛି ।
ଆଜି୨ୟ ପର୍ୟ୍ୟାୟରେ ଉତ୍ତର ପ୍ରଦେଶର ୯ଟି ଜିଲାରେ ୫୫ଟି ଆସନରେ ମତଦାନ ହେଉଛି । ଏହି ପର୍ୟ୍ୟାୟରେ ମୋଟ ୨.୨ କୋଟି ମତଦାତା ନିଜର ଅଧିକାର ସାବ୍ୟସ୍ତ କରିବେ । ଏଥିରେ ୧.୦୮ କୋଟି ପୁରୁଷ ଓ ୯୪ ଲକ୍ଷ ମହିଳା ରହିଛନ୍ତି । ୧୨୬୯ ଜଣ କିନ୍ନର ଭୋଟର ରହିଛନ୍ତି । ୫୮୬ ଜଣ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି । ଏଥିରୁ ୬୯ ଜଣ ହେଉଛନ୍ତି ମହିଳା । ସହାରନପୁର, ବିଜନୌର, ମୁରାଦାବାଦ, ସମ୍ଭଳ, ରାମପୁର, ଅମରୋହା, ଭଦାୟୁ, ବରେଲି ଓ ଶାହଜହାଁପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସୋମବାର ସକାଳ ୭ଟାରୁ ସନ୍ଧ୍ୟା ପର୍ୟ୍ୟନ୍ତ ଆରମ୍ଭ ମତଦାନ ଜାରି ରହିବ । । କରୋନା କଟକଣାକୁ ଦୃଷ୍ଟିରେ ମତଦାନ ଚାଲିଛି । ଗୋଟିଏ ମତଦେୟ ସ୍ଥଳୀରେ ସର୍ବାଧିକ ୧୨୫୦ ଜଣ ମତଦାତା ଭୋଟ ଦେଇପାରିବେ । ମତଦାନ ସ୍ଥଳୀରେ ଥର୍ମାଲ ସ୍କାନର, ହ୍ୟାଣ୍ଡ ସାନିଟାଇଜର, ଗ୍ଲୋବ୍ସ, ଫେସମାକ୍ସ, ଫେଓ ଶିଲ୍ଡ, ପିପିଇ କିଟ, ସାବୁନ, ପାଣି ଆଦି ବ୍ୟବସ୍ଥା ରହିଛି ।
