ଏସିଆ କପ ସୁପର-୪ : ଟସ ଜିତିଲା ଶ୍ରୀଲଙ୍କା, ବ୍ୟାଟିଂ କରିବ ଭାରତ
ଦୁବାଇ: ଏସିଆ କପ ୨୦୨୨ ସୁପର-୪ର ତୃତୀୟ ମୁକାବିଲାରେ ମୁହାଁମୁହିଁ ହେବେ ଭାରତ ଏବଂ ଶ୍ରୀଲଙ୍କା । ଏହି ମ୍ୟାଚ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ସୁପର-୪ର ଏହି ମୁକାବିଲାରେ ଶ୍ରୀଲଙ୍କା ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ଭାରତୀୟ ଟିମ ବ୍ୟାଟିଂ କରିବା ପାଇଁ ପ୍ରଥମେ ପଡିଆକୁ ଓହ୍ଲାଇବ। ଆଜିର କର ବା ମର ମୁକାବିଲାରେ ଶ୍ରୀଲଙ୍କ ବିପକ୍ଷରେ ଭାରତକୁ ଦମଦାର ପ୍ରଦର୍ଶନ କରିବାକୁ ପଡିବ।
ସୁପର-୪ରେ ନିଜର ପ୍ରଥମ ମୁକିବାଲରେ ରୋହିତ ଶର୍ମାଙ୍କ ନେତୃତ୍ୱଧୀନ ଭାରତୀୟ ଟିମ ପାକିସ୍ତାନଠାରୁ ୫ ୱିକେଟରେ ପରାଜିତ ହୋଇଥିଲା। ଅନ୍ୟପଟେ ଶ୍ରୀଲଙ୍କା ନିଜର ପ୍ରଥମ ସୁପର-୪ ମୁକାବିଲାରେ ଆଫଗାନିସ୍ତାନକୁ ୪ ୱିକେଟରେ ପରାସ୍ତ କରିଥିଲା। ଶ୍ରୀଲଙ୍କା ବିପକ୍ଷରେ ଟିମ୍ ଇଣ୍ଡିଆ ଗୋଟିଏ ପରିବର୍ତ୍ତନ କରିଛି । ରବି ବିଷ୍ଣୋୟୀଙ୍କ ସ୍ଥାନରେ ରବିଚନ୍ଦ୍ରନ ଅଶ୍ବିନଙ୍କୁ ଦଳରେ ସାମିଲ କରାଯାଇଛି । କିନ୍ତୁ ଶ୍ରୀଲଙ୍କା ଟିମ୍ରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।
ଭାରତ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଲୋକେସ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ଓ୍ବିକେଟ କିପର), ଦୀପକ ହୁଡ୍ଡା, ହାର୍ଦ୍ଧିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ବିନ, ଯୁଜବେନ୍ଦ୍ର ଚହଲ, ଭୁବେନଶ୍ବର କୁମାର ଏବଂ ଅର୍ଶଦୀପ ସିଂ।
ଶ୍ରୀଲଙ୍କା ଏକାଦଶ: ଦାନୁସ୍କା ଗୁଣତିଲକା, ପାଥୁମ୍ ନିଶାଙ୍କା, କୁଶଲ ମେଣ୍ଡିସ୍, ଚରିଥ୍ ଆଶାଲଙ୍କା, ଭାନୁକା ରାଜପକ୍ଷେ, ଦାଶୁନ୍ ସନାକା, ଓ୍ବାନିନ୍ଦୁ ହାସାରଙ୍ଗା, ଚାମିକା କରୁଣାରତ୍ନେ, ମହେଶ ଥିକସାନା, ଆସିଥା ଫର୍ଣ୍ଣାଣ୍ଡୋ, ଦିଲସାନ ମଧୁସଙ୍କା ।
