ଆଶିଷ ମିଶ୍ରାଙ୍କ ଜାମିନ ବାତିଲ ଆବେଦନ ଖାରଜ ! ସପ୍ତାହ ମଧ୍ୟରେ ଆତ୍ମସମର୍ପଣ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ : ଲଖିମପୁର ଖେରୀ ହିଂସା ଘଟଣାରେ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ଜାମିନ ବାତିଲ ମାମଲାର ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଆଶିଷ ମିଶ୍ରାଙ୍କ ଜାମିନ ବାତିଲ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଏହାସହ ସପ୍ତାହକ ମଧ୍ୟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।
ସୂଚନା ଯେ, ଲଖିମପୁର ଖେରୀରେ କୃଷକ ଆନ୍ଦୋଳନ ଜାରି ରହିଥିବାବେଳେ ଆନ୍ଦୋଳନରତ କୃଷକଙ୍କ ଉପରେ ଆଶିଷ ମିଶ୍ରା ଗାଡି ଚଢାଇ ଦେଇଥିବା ଅଭିଯୋଗ ହୋଇଥିଲା । ପୋଲିସ ତଦନ୍ତରେ ମଧ୍ୟ ଆଶିଷ ଗାଡିରେ ଥିବା ନେଇ ପ୍ରମାଣ ମିଳିବା ପରେ ତାଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ କରାଯାଇଥିଲା । ଏହି ଘଟଣାରେ ଚାଷୀଙ୍କ ସମେତ ମୋଟ ୮ଜଣ ପ୍ରାଣ ହରାଇଥିବାବେଳେ ଏକାଧିକ ଆହତ ମଧ୍ୟ ହୋଇଥିଲେ । ଘଟଣାର ତଦନ୍ତ ଏସଆଇଟି ଜାରି ରଖିଥିବାବେଳେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ବେଲ ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା । ଯାହାକୁ ନେଇ ମୃତ କୃଷକଙ୍କ ପରିବାର ଲୋକେ ଆପତ୍ତି ଉଠାଇ କୋର୍ଟର ଦ୍ବାରସ୍ଥ ହୋଇଥିଲା । ଏହି ବେଲ ଖାରଜ ଆବେଦନର ଶୁଣାଣି ଶେଷ ହୋଇସାରିଥିବା ବେଳେ ରାୟ ସଂରକ୍ଷିତ ଥିଲା ।
