ଦେଶରେ ବୁଧବାର ସୁଦ୍ଧା ଦିଆଗଲାଣି ୨୧୭.୧୧ କୋଟିରୁ ଅଧିକ କରୋନା ଟୀକା
ନୂଆଦିଲ୍ଲୀ : ଦେଶବ୍ୟାପି କରୋନା ଟୀକାକରଣ ଅଭିଯାନରେ ଗୁରବାର ସକାଳ ୮ ଟା ସୁଦ୍ଧା ୨୧୭ କୋଟି ୧୧ ଲକ୍ଷ ଟୀକା ଦେବା ସଂଖ୍ୟା ପାରି କରିସାରିଛି । ଗତ ୨୪ ଘଂଟାରେ ୧୫ ଲକ୍ଷ ୮୫ ହଜାର ଟିକା ଦିଆଯଇଛି ।
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ହିସାବ ଅନୁସାରେ ଗୁରବାର ସକାଳ ସୁଦ୍ଧା ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ମାନଙ୍କରେ କରୋନା ବିରୋଧି ଟିକା ବର୍ତମାନ ସୁଦ୍ଧା ସମୁଦାୟ ୨୦୩.୪୫ କୋଟି ଟିକା ନିଶୁଳ୍କ ଭାବରେ ଯୋଗାଇ ଦିଆଯାଇଅଛି । ଏଥି ମଧ୍ୟରୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ମାନଙ୍କ ପାଖରେ ଆଜି ସୁଦ୍ଧା ୩.୫୬ କୋଟି ଟୀକା ମହଜୁଦ ଅଛି ।
