ଦେଶରେ ଶୁକ୍ରବାର ସୁଦ୍ଧା ଦିଆଗଲାଣି ୨୨୦.୧୨ କୋଟିରୁ ଅଧିକ କରୋନା ଟୀକା
ନୂଆଦିଲ୍ଲୀ : ଦେଶବ୍ୟାପି କରୋନା ଟୀକାକରଣ ଅଭିଯାନରେ ଶୁକ୍ରବାର ସକାଳ ୮ ଟା ସୁଦ୍ଧା ୨୨୦.୧୨ କୋଟି ଟୀକା ଦେବା ସଂଖ୍ୟା ପାରି କରିସାରିଛି । ଗତ ୨୪ ଘଂଟାରେ ୪୬ ହଜାର ୪୫୦ ରୁ ଅଧିକ ଟିକା ଦିଆଯାଇଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ହିସାବ ଅନୁସାରେ ଶୁକ୍ରବାର ସକାଳ ସୁଦ୍ଧା ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶ ମାନଙ୍କରେ କରୋନା ବିରୋଧି ଟିକା ବର୍ତମାନ ସୁଦ୍ଧା ସମୁଦାୟ ୨୨୦.୧୨ କୋଟି ଟିକା ନିଶୁଳ୍କ ଭାବରେ ଯୋଗାଇ ଦିଆଯାଇଅଛି । ଗତ ୨୪ ଘଂଟାରେ ଦେଶରେ ସମୁଦାୟ ଆକ୍ଟିଭ୍ କେସ ୨୫୦୩ ଅଛି । ଗତ ୨୪ ଘଂଟାରେ ଆକ୍ଟିଭ କେସ ୦.୦୧ ପ୍ରତିଶତ ଅଛି ।
