ପୁଣେରେ ଧର୍ମ ପରିବର୍ତନ କରିବାକୁ ଉଦ୍ୟମ କରୁଥିବା ତିନି ଜଣଙ୍କ ବିରୋଧରେ ମାମଲା ରୁଜୁ
ମୁମ୍ବାଇ : ପୁଣେ ଜିଲ୍ଲାର ଆଲନ୍ଦି ଏବଂ ଫିମ୍ପରୀରେ ଧର୍ମ ପରିବର୍ତନ କରିାବକୁ ଉଦ୍ୟମ କରୁଥିବା ତିନି ଜଣଙ୍କ ବିରୁଦ୍ଧରେ ଆଲନ୍ଦି ପୋଲିସରେ ମାମଲା ରୁଜୁ ହୋଇଛି । ପୋଲିସ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରୁଛି, କିନ୍ତ ଏ ପର୍ଯ୍ୟନ୍ତ କୌଣସି ଅଭିଯୁକ୍ତକୁ ଗିରଫ କରାଯାଇ ନାହିଁ । ସୂଚନା ଅନୁଯାୟୀ ସୋସିଆଲ ମିଡ଼ିଆରେ ଧର୍ମ ପରିବର୍ତନ କରିବାର ପ୍ରୟାସର ଏକ ଭିଡ଼ିଓ ଭାଇରାଲ ହୋଇଛି । ଏହି ଭିଡ଼ିଓରେ ତୁମର ଧର୍ମ ଛାଡ଼ି ଯୀଶୁଙ୍କୁ ଉପାସନା କରିବାକୁ ଏକ ଆବେଦନ କରାଯାଇଛି । ଆହୁରି ମଧ୍ୟ ଅଙ୍ଗୁର ଜଳକୁ ଛୋଟ ଗ୍ଲାସରେ ରଖାଯାଇଥିଲା ଏବଂ ଏହାକୁ ଯୀଶୁଙ୍କ ରକ୍ତ ବୋଲି ବର୍ଣ୍ଣନା କରାଯାଇଛି । ଏହି ଭିଡ଼ିଓ ଆଧାରରେ ଆଲନ୍ଦି ପୋଲିସ ଷ୍ଟେସନ ଗୁରୁବାର ବିଳମ୍ବିତ ରାତିରେ ତିନି ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି । ଭିଡ଼ିଓ ଆଧାରରେ ପୋଲିସ ତିନି ଅଭିଯୁକ୍ତଙ୍କୁ ଖୋଜୁଛି ।
