ଆର୍ଯ୍ୟନଙ୍କୁ ଡକାଇଲେ ଏନସିବିର ସ୍ୱତନ୍ତ୍ର ଏସଆଇଟି ଟିମ୍
ମୁମ୍ବାଇ : କ୍ରୁଜ୍ ଡ୍ରଗସ୍ ମାମଲାରେ ତଦନ୍ତ କରୁଛି ଏନ୍ସିବିର ଏସଆଇଟି ଟିମ୍ । ଏହି ପରିପ୍ରେକ୍ଷୀରେ ପଚରାଉଚରା ପାଇଁ ଆଜି ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଡକାଇଛନ୍ତି । ଏନସିବିର ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ନିକଟରେ କ୍ରୁଜ୍ ହ୍ରଗସ୍ ମାମଲା ସହ ୬ଟି ହାଇ ପ୍ରୋଫାଇଲ୍ ଡ୍ରଗ୍ ମାମଲାର ଅନୁସନ୍ଧାନ ଆରମ୍ଭ କରିବାକୁ ମୁମ୍ବାଇରେ ଆସି ପହଞ୍ଚିଛି। ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କୁ ଅକ୍ଟୋବର ୨ରେ ଏନସିବି ଜିରଫ କରିଥିଲା। ପରେ ଆରୟନଙ୍କୁ ଏହି ମାମଲାରେ ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏବଂ ଆରୟନ ଏବେ ଜାମିନରେ ଅଛନ୍ତି।
ଏନସିବି ଡେପୁଟି ଡାଇରେକ୍ଟର ଜେନେରାଲ ସଞ୍ଜୟ ସିଂଙ୍କ ନେତୃତ୍ୱରେ ନବଗଠିତ ଏସଆଇଟି ରବିବାର ଦିନ ଆରୟନଙ୍କୁ ପଚରାଉଚରା ପାଇଁ ଡାକିଥିଲେ। ଏଥିପାଇଁ ଶନିବାର ଦିନ ଏକ ସମନ ଜାରି କରଥିଲେ ଏନ୍ସିବି। ଆରୟନଙ୍କ ସହ ଏହି ମାମଲାରେ ପଚରାଉଚରା ପାଇଁ ଏନ୍ସିବି ଅନ୍ୟଦୁଇ ଅଭିଯୁକ୍ତ ଅରବାଜ ମର୍ଚ୍ଚାଣ୍ଟ ଏବଂ ଅର୍ଚିତ କୁମାରଙ୍କୁ ମଧ୍ୟ ଡକାଇଛି।ଆଜି ଉଭୟ ଅରବାଜ ଏବଂ ଅର୍ଚିତ ଏନସିବି କାର୍ଯ୍ୟାଳୟରେ ପହଞ୍ଚିଥିବାବେଳେ ଆରୟନଙ୍କ ଉପସ୍ଥିତି ସମ୍ପର୍କରେ ଖବର ଏପର୍ଯ୍ୟନ୍ତ ମିଳିପାରି ନାହିଁ। ଏନସିବି ପୂର୍ବରୁ କହିଥିଲା ଯେ ଏହି ଛଅଟି ମାମଲାର ଜାତୀୟ ଏବଂ ଆନ୍ତର୍ଜାତୀୟ ପ୍ରଭାବ ଅଛି ଏବଂ ଅଧିକ ଖିଅ ଖୋଜିବା ସହ ଘଟଣାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ଆବଶ୍ୟକ। ସେବେଠାରୁ, ଏହି ଏସଆଇଟି ଏହି ମାମଲାର ତଦନ୍ତ ଦାୟିତ୍ୱ ଗ୍ରହଣ କରିଛି ଏବଂ ଏହି ଦଳରେ ୧୪ ଜଣ ଅନୁସନ୍ଧାନକାରୀ ଅଧିକାରୀ ଅଛନ୍ତି।
