ଇଞ୍ଜିନରେ ତ୍ରୁଟି ଯୋଗୁଁ ଆର୍ଟେମିସ-୧ର ଉତକ୍ଷେପଣ ସ୍ଥଗିତ
NASAs Artemis I Moon rocket sits at Launch Pad Complex 39B at Kennedy Space Center, in Cape Canaveral, Florida, on June 15, 2022. - NASA is aiming for June 18, for the beginning of the next wet dress rehearsal test of the agencys Space Launch System (SLS) at the Kennedy Space Center, with tanking operations on June 20. (Photo by Eva Marie UZCATEGUI / AFP) (Photo by EVA MARIE UZCATEGUI/AFP via Getty Images)
ନୂଆଦିଲ୍ଲୀ: ଆମେରିକାର ସ୍ପେସ ଏଜେନ୍ସି ନାସା ଆର୍ଟେମିସ-୧ ଉତକ୍ଷେପଣକୁ ଶେଷ ମୂହୂର୍ତ୍ତରେ ସ୍ଥଗିତ କରିଛି । ଏ ନେଇ ନାସା ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ଟ୍ୱିଟରେ ନାସା କହିଛି, ‘ଇଞ୍ଜିନରେ ତ୍ରୁଟି ଯୋଗୁଁ ଆଜି ଆର୍ଟେମିସ ୧ର ଉତକ୍ଷେପଣ ହେବ ନାହିଁ । ସମସ୍ୟାକୁ ଦୂର କରିବା ପାଇଁ ଟିମ ଡାଟା ସଂଗ୍ରହ କରୁଛି। ପରବର୍ତ୍ତୀ ଉତକ୍ଷେପଣ ପ୍ରୟାସର ସମୟ ବାବଦରେ ସୂଚନା ଦିଆଯିବ’। ନାସାର ଏହି ଶକ୍ତିଶାଳୀ ରକେଟକୁ ଫ୍ଲୋରିଡା ସ୍ଥିତ କେନେଡି ସ୍ପେସ ସେଣ୍ଟରରୁ ଲଞ୍ଚ କରାଯିବାର ଥିଲା।
ସୋମବାର ଭାରତୀୟ ସମୟ ଅନୁସାରେ ସଂଧ୍ୟା ସାଢେ ଛଅଟା ସମୟରେ ଅର୍ଟେମିସ ୧ ଅଧିନରେ ସ୍ପେସ ଲଞ୍ଚ ସିଷ୍ଟମ ରକେଟ୍ ଏବଂ ଅରିୟନ କ୍ରୁ କ୍ୟାପସୁଲର ପ୍ରଥମ ଟେଷ୍ଟ ଫ୍ଲାଇଟ ହେବାର ଥିଲା । ୩୨୨ ଫୁଟ୍ ଲମ୍ୱ ଏହି ରକେଟ ନାସା ଦ୍ୱାରା ନିର୍ମାଣ କରାଯାଇଥିବା ସବୁଠୁ ଶକ୍ତିଶାଳୀ ରକେଟ। ଏହି ରକେଟ ସାହାଯ୍ୟରେ ପ୍ରାୟ ୪୨ ଦିନର ମିଶନରେ ବିନା ଚାଳକ ଦଳରେ ଅରିୟନ ସ୍ପେସକ୍ରାଫ୍ଟକୁ ଲଞ୍ଚ କରିବାର ଯୋଜନା ଥିଲା । ଏହି ମିଶନରେ ବୈଜ୍ଞାନିକମାନେ ଆରିୟନ କ୍ରୁ କ୍ୟାପସୁଲର କ୍ଷମତା ଜାଣିପାରିବେ । ଏହି ମିଶନ ଜରିଆରେ ସ୍ପେସକ୍ରାଫ୍ଟକୁ ପରିଚାଳନା କରିବାର ଟ୍ରେନିଂ ନାସା ହାସଲ କରିବ । ଏହାସହ ଚନ୍ଦ୍ର ଆଖପାଖର ସ୍ଥିତ ଯାଞ୍ଚ କରିବ । ଏହାର ଅନୁଭବ ମହାକାଶଚାରୀଙ୍କୁ ମିଳିବ ଏବଂ ଯାତ୍ରୀଙ୍କ ସୁରକ୍ଷିତ ପୃଥିବୀ ଫେରିବାକୁ ସୁନିଶ୍ଚିତ କରିବ। ଉତକ୍ଷେପଣ ପୂର୍ବରୁ ନାସାର କେନେଡୀ ସ୍ପେସ ଷ୍ଟେସନରେ ଶନିବାର ବଡ ଧରଣର ବର୍ଷା ପବନ ଆସିଥିଲା । ଏହି ସମୟରେ ରକେଟ୍ ନିକଟସ୍ଥ ଲଞ୍ଚ ପ୍ୟାଡର ୬୦୦ ଫୁଟର ଟାୱାର ଉପରେ ବଜ୍ରପାତ ହୋଇଥିଲା । ତଦନ୍ତକାରୀ ଟିମ ବଜ୍ରପାତ ନେଇ ସ୍ପଷ୍ଟ କରିଥିଲେ । ତେବେ ଏଥିରେ ରକେଟ କିମ୍ୱା କ୍ୟାପଲୁସକୁ କୌଣସି କ୍ଷତି ହୋଇଥିଲା।
