ବାସ୍ତୁ ଅନୁଯାୟୀ ସଜାଡନ୍ତୁ ଆଲମିରା ! ସକରାତ୍ମକ ଉର୍ଜା ପ୍ରବାହିତ ହେବ ସହ ଅଶାନ୍ତିରୁ ମିଳିଥାଏ ମୁକ୍ତି
କୁହାଯାଏ ଯେ ଯଦି ଗୋଟିଏ ଘରେ ବାସ୍ତୁ ଦୋଷ ରହିଥାଏ ତେବେ ସେହି ଘରର କଦାପି ଉନ୍ନତି ହୋଇ ନଥାଏ । ତେଣୁ ଯେବେବି ଘର ତିଆରି ହେଉଛି କିମ୍ବା କୌଣସି କାର୍ଯ୍ୟ କରୁଛନ୍ତି ତେବେ ବାସ୍ତୁ ଅନୁସାରେ କରିବା ନିହାତି ଆବଶ୍ୟକ ।ଯାହାଦ୍ୱାରା ଘରେ ଓ ଜୀବନରେ ସକାରାତ୍ମକ ଉର୍ଜା ଆସିଥାଏ ଓ ସଫଳତା ପ୍ରାପ୍ତି ହୋଇଥାଏ ।
ଘରେ ସାଧାରଣତଃ ସମସ୍ତଙ୍କର ଆଲମିରା ରହିଥାଏ । ହେଲେ ଏହାକୁ ନେଇ ମଧ୍ୟ ବାସ୍ତୁ ବିବୃତି ରହିଛି । ବାସ୍ତୁଶାସ୍ତ୍ର ଅନୁସାରେ ସର୍ବଦା ଆଲମିରାକୁ ଦକ୍ଷିଣ- ପଶ୍ଚିମ ଦିଗରେ ରଖନ୍ତୁ । ଏଭଳି କରିବା ଫଳରେ ଘରକୁ ସକରାତ୍ମକ ଉର୍ଜା ପ୍ରବାହିତ ହୋଇଥାଏ । ଘରେ ଅଶାନ୍ତିରୁ ମୁକ୍ତି ମିଳିଥାଏ ।
ସେହିଭଳି ସବୁବେଳେ ଆଲମିରାକୁ ସଜାଡି ରଖନ୍ତୁ । ପୋଷାକକୁ ସଜାଡି ରଖିବା ଫଳରେ ଏହାର ଭଲ ପ୍ରଭାବ ଘରର ପରିବେଶ ଉପରେ ମଧ୍ୟ ପଡିଥାଏ ବୋଲି ବିଶ୍ୱାସ ରହିଛି । ସେହିଭଳି ଆଲମିରାର ଫ୍ରଣ୍ଟ ଡୋରରେ ମିରର ଲଗାଇବାରୁ ବଞ୍ଚିତ ରୁହନ୍ତୁ ।
ଏପରି କରିବା ଫଳରେ ନକରାତ୍ମକ ଉର୍ଜା ଘରେ ପ୍ରବାହିତ ହୋଇଥାଏ ବୋଲି ବିଶ୍ୱାସ ରହିଛି । ସେହିଭଳି ଶୋଇବା ଘରେ ମଧ୍ୟ ମିରର ରଖନ୍ତୁ ନାହିଁ, ଏହା ବାସ୍ତୁ ଅନୁଯାୟୀ ଭଲ ହୋଇନଥାଏ ।
