ସୈନିକ ସ୍କୁଲର ଏକାଧିକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି, ଜାଣନ୍ତୁ କଣ ରହିଛି ଶିକ୍ଷାଗତ ଯୋଗ୍ୟତା, ବୟସ ସୀମା ଓ ଚୟନ ପ୍ରକ୍ରିୟା
ନୂଆଦିଲ୍ଲୀ : ସୈନିକ ସ୍କୁଲରେ ଏକାଧିକ ପଦବୀରେ ନିଯୁକ୍ତି ବାହାରିଛି । ଦରମା ମଧ୍ୟ ୩୫ ହଜାରରୁ ଅଧିକ ବୋଲି କୁହାଯାଉଛି । ଅଶ୍ବ ଚାଳନା ପ୍ରଶିକ୍ଷକ, ଶାରୀରିକ ପ୍ରଶିକ୍ଷଣ ନିର୍ଦେଶକ ଓ ଏଲଡିସି ପଦବୀ ସହ ସ୍କୁଲ କାଉନସିଲର,ନର୍ସି ସିଷ୍ଟର, ବ୍ୟାଣ୍ତ ମାଷ୍ଟର, ଓ୍ବାର୍ଡ ବଏ, ଲ୍ୟାବ ଆସିଣ୍ଟାଣ୍ତ ଓ ପିଇମ୍ ଭଳି ଏକାଧିକ ନିଯୁକ୍ତି ବାହାରିଛି। ଆଶାୟୀ ମାନେ ଚଳିତ ମାସ ଅର୍ଥାତ ଫେବୃଆରୀ ୨୮ ପୂର୍ବରୁ ଆବେଦନ କରିପାରିବେ ।
ସୈନିକ ସ୍କୁଲ ନିଯୁକ୍ତି ବିବରଣୀ : (ମୋଟ ୧୨ଟି ପଦବୀ ପାଇଁ ବାହାରିଛି ନିଯୁକ୍ତି)
ଟିଜିଟି (କମ୍ପ୍ୟୁଟର ସାଇନ୍ସ) : ୧ଟି ପୋଷ୍ଟ
ବିଦ୍ୟାଳୟ ପରାମର୍ଶଦାତା : ୧ଟି ପୋଷ୍ଟ
ନର୍ସିଂ ସିଷ୍ଟର : ୧ ଟି ପୋଷ୍ଟ
ବ୍ୟାଣ୍ଡ ମାଷ୍ଟର : ୧ଟି ପୋଷ୍ଟ
ଏଲଡିସି : ୨ଟି ପୋଷ୍ଟ
ୱାର୍ଡ ବଏ : ୨ଟି ପୋଷ୍ଟ
ଲ୍ୟାବ୍ ଆସିଷ୍ଟାଣ୍ଟ : ୨ ଟି ପୋଷ୍ଟ
ପିଇଏମ୍/ ପିଟିଆଇ କମ୍ ମାଟର୍ଣ୍ଣ : ୧ଟି ପୋଷ୍ଟ
ଅଶ୍ବ ଚାଳନା ପ୍ରଶିକ୍ଷକ : ୧ଟି ପୋଷ୍ଟ
ଶିକ୍ଷାଗତ ଯୋଗ୍ୟତା :
ପ୍ରାର୍ଥୀମାନେ ନିଶ୍ଚିତ ଭାବରେ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡ / ବିଶ୍ୱବିଦ୍ୟାଳୟ / ପ୍ରତିଷ୍ଠାନରୁ ମାଟ୍ରିକ୍ / ଗ୍ରାଜୁଏସନ / ପୋଷ୍ଟ ଗ୍ରାଜୁଏସନ ପାସ୍ କରିଥିବା ଆବଶ୍ୟକ।
ବୟସ ସୀମା :
ଜାନୁଆରୀ ୩୧, ୨୦୨୩ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ୧୮ ବର୍ଷରୁ କମ୍ ଏବଂ ୫୦ ବର୍ଷରୁ ଅଧିକ ହେବା ଉଚିତ୍ ନୁହେଁ ।
ଚୟନ ପ୍ରକ୍ରିୟା :
ଟିଜିଟି, ପରାମର୍ଶଦାତା, ମାଷ୍ଟର, ଲ୍ୟାବ୍ ଆସିଷ୍ଟାଣ୍ଟ ଏବଂ ଅଶ୍ବ ଚାଳନା ପ୍ରଶିକ୍ଷକ ନିର୍ଦେଶକ ପୋଷ୍ଟଗୁଡିକ ପାଇଁ: ଏହି ପଦବୀ ଗୁଡିକ ପାଇଁ ଆଶାୟୀମାନେ ଲିଖିତ ପରୀକ୍ଷା ସହିତ ବ୍ୟକ୍ତିଗତ ସାକ୍ଷାତକାର ଦେବେ।
ଏଲଡିସି, ୱାର୍ଡ ବଏ, ପିଇଏମ / ପିଟିଆଇ କମ୍ ମ୍ୟାଟର୍ଣ୍ଣ, ନର୍ସିଂ ସିଷ୍ଟର: ଏହି ପଦବୀ ଗୁଡିକ ପାଇଁ ଆଶାୟୀମାନେ ଲିଖିତ ପରୀକ୍ଷା ସହିତ ବ୍ୟକ୍ତିଗତ ସାକ୍ଷାତକାର ମଧ୍ୟ ହେବ।
ଆବେଦନ ଶୁଳ୍କ :
ପ୍ରାର୍ଥୀମାନେ ଟିଜିଟି (କମ୍ପ୍ୟୁଟର ସ୍କିଲ), ସ୍କୁଲ ପରାମର୍ଶଦାତା, ବ୍ୟାଣ୍ଡ ମାଷ୍ଟର, ଘୋଡା ଚାଳକ ନିର୍ଦେଶକ ଏବଂ ଏଲଡିସି ପଦବୀ ପାଇଁ ୧୦୦୦ ଟଙ୍କାର ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ମୋର୍ଣ୍ଣାଇ (କୋଡ୍ ନଂ ୯୧୪୮)ରେ ଡିମାଣ୍ତ ଡ୍ରାଫ୍ଟ କାଟିବାକୁ ପଡିବ । ସେହିପରି, ସ୍କୁଲ କାଉନସିଲର,ଲ୍ୟାବ ଆସିଷ୍ଟାଣ୍ଟ, ନର୍ସିଂ ସିଷ୍ଟର ଏବଂ ପିଇଏମ୍ / ପିଟିଆଇ ପାଇଁ ୧୦୦୦ ଟଙ୍କାର ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ,ମୋର୍ଣ୍ଣାଇ (କୋଡ୍ ନଂ ୯୧୪୮) ରେ ଡିମାଣ୍ତ ଡ୍ରାଫ୍ଟ କାଟିବାକୁ ପଡିବ।
ଦରମା :
ଟିଜିଟି (କମ୍ପ୍ୟୁଟର ସାଇନ୍ସ) : ୩୦,୦୦୦ଟଙ୍କା
ବିଦ୍ୟାଳୟ ପରାମର୍ଶଦାତା : ୩୫,୦୦୦ଟଙ୍କା ।
ନର୍ସିଂ ସିଷ୍ଟର : ୨୦,୦୦୦ଟଙ୍କା ।
ବ୍ୟାଣ୍ଡ ମାଷ୍ଟର : ୨୫,୦୦୦ ଟଙ୍କା ।
ଏଲଡିସି : ୨୧,୦୦୦ ଟଙ୍କା ।
ୱାର୍ଡ ବଏ : ୧୪,୦୦୦ ଟଙ୍କା ।
ଲ୍ୟାବ୍ ଆସିଷ୍ଟାଣ୍ଟ : ୧୪,୦୦୦ ଟଙ୍କା ।
ପିଇଏମ୍/ ପିଟିଆଇ କମ୍ ମାଟର୍ଣ୍ଣ ୧୭,୦୦୦ ଟଙ୍କା ।
ଅଶ୍ବ ଚାଳନା ପ୍ରଶିକ୍ଷକ : ୨୫,୦୦୦ ଟଙ୍କା ।
ତେବେ, ଏସବୁ ପଦବୀ ଆସାମର ଗୋଲପରା ସୈନିକ ସ୍କୁଲ ପାଇଁ ନିଯୁକ୍ତି ବାହାରିଛି । ଅଧିକ ବୀବରଣୀ ପାଇଁ ଆପଣ ସ୍କୁଲ ଓ୍ବବସାଇଟକୁ ଭିଜିଟ୍ କରିପାରିବେ।
