ଫଳ ଓ ପରିବା ଧୋଇବା ପରେ କମିଯାଏ କି ପୌଷ୍ଟିକ ତତ୍ତ୍ୱ? ଜାଣନ୍ତୁ ଏହାକୁ ଧୋଇବାର ସଠିକ ଉପାୟ
ଫଳ ଓ ପରିବା ଖାଇବା ପୂର୍ବରୁ ଧୋଇବା ସାଧାରଣ କଥା । କିନ୍ତୁ ଯେବେ ସତେଜ ଫଳ ଓ ପରିବା ଧୋଇବା କଥା କୁହାଯାଏ, ସେତେବେଳେ ଏକଥା ଭାବି ଲୋକେ ଦ୍ୱନ୍ଦ୍ୱରେ ପଡ଼ନ୍ତି କି ଧୋଇବା ପରେ ଏହାର ନ୍ୟୁଟ୍ରିସନ କମିଯାଇପାରେ । ଆମେ ଭୋଜନ ମାଧ୍ୟମରେ ଶରୀରକୁ ନ୍ୟୁଟ୍ରିସନ ଯୋଗାଇଥାନ୍ତି । ତେବେ ଫଳ ଓ ପନିପରିବାକୁ ଧୋଇବା ପରେ ଖାଇବା ଜରୁରୀ କି ? ବିଶେଷଜ୍ଞଙ୍କ ଅନୁସାରେ ଏହା ବହୁତ ଜରୁରୀ ।
ଯେତେବେଳେ ତାଜା ଫଳକୁ ଧୋଇବା ପରେ ଏହାକୁ କାଟି ତୁରନ୍ତ ପ୍ୟାକିଂ କରିଦିଆଯାଏ, ଏହାର ନ୍ୟୁଟ୍ରିସନ ଭେଲ୍ୟୁ ଅତୁଟ ରହିଥାଏ । ଏପରିକି ଅନେକ ଫଳକୁ ରେଫ୍ରିଜରେଟରରେ ସଠିକ ତାପମାତ୍ରାରେ କିଛିଦିନ ଷ୍ଟୋର କଲେ ମଧ୍ୟ ଏହାର ନ୍ୟୁଟ୍ରିସନ ତତ୍ତ୍ୱ ହ୍ରାସ ପାଇନଥାଏ । ଫଳରେ ଥିବା ଅନ୍ୟ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଗୁଡ଼ିକ ମଧ୍ୟ ପ୍ରଭାବିତ ହୋଇନଥାଏ ।
ଫଳ ଓ ପନିପରିବାକୁ କାଟିବା ପରେ ଧୋଇବା ଅନୁଚିତ :
ଭିଟାମିନ ସି ଯୁକ୍ତ ଫଳ ଓ ପରିବା ଧୋଇବା ସମୟର ସାବଧାନତା ଅବଲମ୍ବନ କରିବା ଆବଶ୍ୟକ । କାରଣ ଏହା ସେହିପରି ଜରୁରୀ ପୋଷକ ତତ୍ତ୍ୱ, ଯାହା କଟା ହେବା ପରେ ଫଳ ଓ ପନିପରିବାରେ ଖୁବ କମ୍ ସମୟ ମଧ୍ୟରେ ଶେଷ ହୋଇଯାଇଥାଏ । ତେଣୁ କୌଣସି ବି ଫଳ ଓ ପନିପରିବାକୁ କାଟିବା ପରେ ଧୋଇବା ଅନୁଚିତ ।
କେତେବେଳେ ଫଳ ଓ ପରିବା ଧୋଇବା ଆବଶ୍ୟକ :
ଫଳ ଓ ପରିବାରେ ମାଟି, ବିଭିନ୍ନ ପଶୁ, ପକ୍ଷୀ ମଳ, କୀଟନାଶକ ଓ ଅନ୍ୟ ପ୍ରଦୂଷକ ଲାଗି ରହିଥାଏ । ତେଣୁ ଏପରି ଖାଦ୍ୟକୁ ନଧୋଇ ଖାଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ । ତେଣୁ ବାହାରୁ ଆଣୁଥିବା ଯେକୌଣସି ଫଳ ପରିପରିବାକୁ ପ୍ରଥମେ ଭଲଭାବେ ଧୋଇବାକୁ ବିଶେଷଜ୍ଞ ପରାମର୍ଶ ଦିଅନ୍ତି । ଫଳ ଓ ପନିପରିବାକୁ ଧୋଇବା ଦ୍ୱାରା ଏହାର କୌଣସି ପୌଷ୍ଠିକ ତତ୍ତ୍ୱ ହାନି ହୋଇନଥାଏ । କିନ୍ତୁ କାଟିବା ପରେ କୌଣସି ଫଳ ଓ ପରିବାକୁ ଧୋଇଲେ ଏହାର ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଇଥାଏ ।
ଫଳ ଓ ପରିବା ଧୋଇବାର ସଠିକ୍ ଉପାୟ :
ଫଳ ଓ ପନିପରିବାକୁ ସବୁବେଳେ ଥଣ୍ଡା ପାଣିରେ ଧୋଇବା ଉଚିତ । ଏଥି ପାଇଁ କୌଣସି ସାବୁନ, ଡିଟର୍ଜେଣ୍ଟ କିମ୍ବା ରାସାୟନିକ ପଦାର୍ଥ ବ୍ୟବହାର କରିବା ଉଚିତ ନୁହେଁ । ଏକଥା ବି ଧ୍ୟାନ ଦିଅନ୍ତୁ, ପରିବା କିମ୍ବା ଫଳରେ ଖରାପ ଅଂଶକୁ କାଟି ଦିଅନ୍ତୁ । ଫଳ ଓ ପରିବା ଧୋଇବା ପରେ ଏହାକୁ ସଫା ଓ ସୁରକ୍ଷିତ ସ୍ଥାନରେ ରଖିବାକୁ ଭୁଲନ୍ତୁ ନାହିଁ ।
