ଗ୍ରୀଷ୍ମଋତୁରେ ମୁହଁରେ ଲଗାନ୍ତୁ ଦହି ଆଉ ଲେମ୍ବୁ; ମିଳିବ ଏହି ସବୁ ସମସ୍ୟାରୁ ମୁକ୍ତି!
ନିଜ ଚେହେରାକୁ ସୁନ୍ଦର ରଖିବା ପାଇଁ ଲୋକମାନେ ବିଭିନ୍ନ ଉପାୟ ଆପଣାନ୍ତି । କଣ ଆପଣ ଜାଣିଛନ୍ତି କି ଦହି ଆପଣଙ୍କୁ ଅନେକ ଉପକାରିତା ଦିଏ ଆଜ୍ଞା ହଁ ଦହି ଏବଂ ଲେମ୍ବୁ ଆପଣଙ୍କ ଚେହେରାର ଅନେକ ସମସ୍ୟାକୁ ଦୂର କରିଥାଏ । ଦହିରେ ଥିବା ପୋଷକ ତତ୍ତ୍ବ ଆପଣଙ୍କ ଚର୍ମର ଉନ୍ନତି ଏବଂ ବ୍ରଣକୁ ଦୂର କରିଥାଏ । ଲେମ୍ବୁରେ ଥିବା ଭିଟାମିନ୍ ସି ଏବଂ ଏହାର ଅନ୍ୟାନ୍ୟ ଗୁଣ ଚର୍ମ ସମସ୍ୟାକୁ ଦୂର କରିବା ପାଇଁ ସହାୟକ ହୋଇଥାଏ ।
ଦହି ଚେହେରା ପାଇଁ ବେଶ ଉପକାରିତା :
୧.ଶୁଷ୍କ ଚର୍ମ ପାଇଁ ଦହି ଏବଂ ଲେମ୍ବୁ ରସ ବେଶ ଲାଭଦାୟକ । ଦହି ଏବଂ ଲେମ୍ବୁରେ ଥିବା ପୋଷକ ତତ୍ତ୍ବ ବ୍ରଣର ସମସ୍ୟା ଠାରୁ ଦୂରେଇ ରଖିଥାଏ । ଅନ୍ୟପଟେ ଆପଣଙ୍କ ଚର୍ମ ଶୁଷ୍କ ହୋଇଯାଇଛି କି ତେବେ ଆପଣ ନିଜ ମୁହଁରେ ଦହି ଏବଂ ଲେମ୍ବୁ ବ୍ୟବହାର କରିପାରିବେ । ଏହା କରିବା ଦ୍ବାରା ଆପଣ ଶୁଷ୍କତାରୁ ମୁକ୍ତି ପାଇପାରିବେ ।
୨. ବ୍ରଣକୁ ଦୂର କରିବା ପାଇଁ ଦହି ଏବଂ ଲେମ୍ବୁର ବ୍ୟବହାର ଫଳ ପ୍ରଦ । ଏଥିରେ ଥିବା ଆଣ୍ଟି ଇନଫ୍ଲାମେଟୋରୀ ଗୁଣ ବ୍ରଣ ଏବଂ ମୁହଁରେ ଲାଲ ହେବାକୁ ଦୂର କରିବାରେ ଲାଭଦାୟକ ଅଟେ ।
୩. ଚର୍ମରେ ଆର୍ଦ୍ରତା ବଜାୟ ରଖିବାରେ ଦହି ଏବଂ ଲେମ୍ବୁର ବ୍ୟବହାର ଅତ୍ୟନ୍ତ ଲାଭଦାୟକ । ଏହାର ବ୍ୟବହାର ଦ୍ବାରା ଚର୍ମ ଆର୍ଦ୍ରତା ପାଇଥାଏ । ଚର୍ମକୁ ନରମ ରଖିବାରେ ଏହା ଲାଭଦାୟକ । ସେଥିପାଇଁ ଆପଣ ପ୍ରତିଦିନ ମୁହଁରେ ଦହି ଏବଂ ଲେମ୍ବୁ ରସ ଲଗାଇ ପାରିବେ ।
କିପରି ତିଆରି କରିବେ ଦହି ଏବଂ ଲେମ୍ବୁ ପ୍ୟାକ୍ :
ପ୍ରଥମେ ୨ ଚାମଚ ଦହିରେ ୧ ଚାମଚ ଲେମ୍ବୁ ରସ ଭଲ ଭାବରେ ମିଶାନ୍ତୁ । ଏହି ପେଷ୍ଟକୁ ଭଲ ଭାବେ ମୁହଁରେ ଲଗାଇବା ପରେ ଏହାକୁ ଅଧ ଘଣ୍ଟା ପରେ ଧୋଇ ଦିଅନ୍ତୁ ।
