ଇନ୍ଷ୍ଟାରେ ଝିଅ ଭାମିକାଙ୍କ ସହ ବିରାଟଙ୍କ ଫଟୋ ଶେୟାର କଲେ ଅନୁଷ୍କା
ମୁମ୍ବାଇ : ଲୋକପ୍ରିୟ ଦମ୍ପତ୍ତି ଭାବେ ପରିଚିତ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ବିରାଟ କୋହଲି । ଏହି ପରିପ୍ରେକ୍ଷୀରେ ଅନୁଷ୍କା ତାଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଝିଅ ଭାମିକାଙ୍କ ସହିତ ବିରାଟଙ୍କର ଏକ ଫଟୋ ଶେୟାର କରିଛନ୍ତି। ଯାହା ହେବେ ଖୁବ ଭାଇରଲ ହେବବାରେ ଲାଗିଛି । ଟି-୨୦ ବିଶ୍ୱକପ ପାଇଁ ବିରାଟ ଦୁବାଇରେ ଥିବାବେଳେ ବିରାଟଙ୍କୁ ଉତ୍ସାହିତ କରିବା ପାଇଁ ଅନୁଷ୍କା ଏବେ ଦୁବାଇରେ ପହଞ୍ଚିଛନ୍ତି । ନିକଟରେ ସେ କ୍ବାରେଣ୍ଟାଇନ୍ରେ ତିବା ନେଇ ସୂଚନା ମଧ୍ୟ ଦେଇଛନ୍ତି । ଏବେ ତାଙ୍କର କ୍ବାରେଣ୍ଟାଇନ୍ ଶେଷ ହେବା ପରେ ଅନୁଷ୍କା ତାଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଝିଅ ଭାମିକାଙ୍କ ସହିତ ବିରାଟଙ୍କର ଏକ ଫଟୋ ଶେୟାର କରିଛନ୍ତି।
ଅନୁଷ୍କା ସେୟାର କରିଥିବା ଏହି ଫଟୋରେ ଭାମିକା ଖେଳୁଥିବା ବେଳେ ବିରାଟ ତାଙ୍କୁ ଖେଳାଉଥିବାର ନଜର ଆସୁଛନ୍ତି। ତେବେ ତାଙ୍କର ଏହି ଫଟୋକୁ ଫ୍ୟାନ୍ସ ବେଶ୍ ପସନ୍ଦ କରିବା ସହିତ ନିଜ ନିଜର ପ୍ରତିକ୍ରିୟା ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ତାଙ୍କର ଏହି ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏହା ସହ ସେ କ୍ୟାପସନ୍ରେ ଲେଖିଛନ୍ତି‘ମୋର ପୂରା ହୃଦୟ ଗୋଟିଏ ଫ୍ରେମରେ’ ବୋଲି ସେ ସେୟାର କରିଛନ୍ତି।
