ପୁଣି ଫ୍ୟାମିଲି କୋର୍ଟରେ ହାଜର ହେଲେ ଅନୁଭବ-ବର୍ଷା
କଟକ : ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବିବାଦ ଜାରି ରହିଛି । ପତି-ପତ୍ନୀଙ୍କ ମଧ୍ୟରେ ଉପୁଜିଥିବା ବିବାହ କଳହ ମାମଲାରେ ବୁଧବାର ପୁଣିଥରେ ଫ୍ୟାମିଲି କୋର୍ଟରେ ହାଜର ହେଲେ ଅନୁଭବ ଓ ପତ୍ନୀ ବର୍ଷା । ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହୋଇ ଉଭୟ ନିଜ ନିଜର ପକ୍ଷ ରଖିଛନ୍ତି। ଉଭୟ ମଧ୍ୟସ୍ଥତା ପାଇଁ ସକରାତ୍ମକ ମନୋଭାବ ଦେଖାଉଥିବା ଜଣାପଡିଛି । ପ୍ରଥମେ ବର୍ଷା ଫ୍ୟାମିଲି କୋର୍ଟରେ ପହଞ୍ଚିଥିବା ବେଳେ ଏହାର କିଛି ସମୟରେ ଅନୁଭବ ପହଞ୍ଚିଥିଲେ। ସେଠାରେ ଉଭୟ ନିଜ ନିଜର ପକ୍ଷ ରଖିଥିଲେ। ମଧ୍ୟସ୍ଥତା ପାଇଁ ଉଭୟ ସକରାତ୍ମକ ମନୋଭାବ ପ୍ରଦର୍ଶନ କରିଥିବା ଜଣାପଡ଼ିଛି ।
ସୂଚନା ଯେ, ପୂର୍ବରୁ ଗତ ୯ ତାରିଖରେ ଉଭୟ ପାରିବାରିକ ଅଦାଲତରେ ହାଜର ହୋଇଥିଲେ। ଆଜି ଉଭୟ ପୁନର୍ବାର ହାଜର ହେବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ଏହାପୂର୍ବରୁ ବର୍ଷାଙ୍କ ବିରୋଧରେ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ ସ୍ୱାମୀ ଅନୁଭବ। ଘରେ ଅଜଣା ଲୋକ ପଶୁଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ପୂର୍ବରୁ ପୁରୀଘାଟ ଥାନାରେ ଅନୁଭବ ବର୍ଷାଙ୍କ ବିରୋଧରେ ଏତଲା ଦେଇଥିଲେ। ଅଭିଯୋଗରେ କହିଥିଲେ ଯେ, ମୋ ଘରେ ରହି ମୋ ବିରୁଧରେ ଷଡ଼ଯନ୍ତ୍ର କରୁଛନ୍ତି ବର୍ଷା। ଏହାସହ କିଛି ସିସିଟିଭି ଫୁଟେଜକୁ ମଧ୍ୟ ନଜର ଦେବାକୁ କହିଥିଲେ ସେ। ଯେଉଁଥିରେ ବର୍ଷା କିଭଳି ତାଙ୍କ ବିରୁଧରେ ଅନ୍ୟମାନଙ୍କ ସହ ଆଲୋଚନା କରୁଛନ୍ତି ତାହା ସ୍ପଷ୍ଟ ଉଲ୍ଲେଖ କରିଥିଲେ।
