ବାରିପଦାରେ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରଦର୍ଶନୀ ଉଦଘାଟିତ
ବାରିପଦା : ବାରିପଦା ଛଉ ପଡିଆ ଠାରେ ମୟୁରଭଂଜ ଜିଲ୍ଲା ଶିଳ୍ପ କେନ୍ଦ୍ର ଆନୁକୂଲ୍ୟରେ ଏକ ୫ଦିନିଆ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି । ମୟୁରଭଂଜ ଜ଼ିଲ୍ଲା ପରିଷଦ ସଭାପତି ଭାରତୀ ହାଁସଦା ମୁଖ୍ୟ ଅତିଥି, ବାରିପଦା ବିଧାୟକ ପ୍ରକାଶ ସୋରେନ, ବାଙ୍ଗରିପୋଷୀ ବିଧାୟକ ସୁଦାମ ମାରାଣ୍ଡି ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଫିତା କାଟି ପ୍ରଦର୍ଶନୀକୁ ଉଦଘାଟନ କରିବା ସହ ବିଭିନ୍ନ ଷ୍ଟଲ ବୁଲି ଦେଖିଥିଲେ । ଓଡିଶା ର ପୂର୍ବତନ ମୁଖ୍ୟ ମନ୍ତ୍ରୀ ସ୍ୱର୍ଗତଃ ବିଜୁ ପଟ୍ଟନାୟକ ଙ୍କ ଉଦ୍ୟୋଗୀ ଚିନ୍ତା ଧାରା କୁ ସମ୍ମାନ ଜଣାଇ ପ୍ରତିବର୍ଷ ରାଜ୍ୟରେ ମାର୍ଚ୍ଚ ୫ ତାରିଖ ରୁ ୯ ତାରିଖ ଶିଳ୍ପଦ୍ୟୋଗୀ ସପ୍ତାହ ପାଳନ କରାଯାଉ ଥିବା ବେଳେ, ଚଳିତ ବର୍ଷ ମାର୍ଚ୍ଚ ୫ ତାରିଖ ରୁ ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସ୍ତରରେ ଆୟୋଜିତ ହୋଇଛି । ଜିଲ୍ଲା ର ସମସ୍ତ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ତଥା ହସ୍ତ ଶିଳ୍ପ କାରିଗର ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦନ ସାମଗ୍ରୀ ର ପ୍ରଦର୍ଶନୀ ତଥା ବିକ୍ରୟର ସୁଯୋଗ ପାଇ ପାରିବା ସହ ଭବିଷ୍ୟତରେ ଉତ୍ପାଦିତ ସାମଗ୍ରୀ ବିକ୍ରି ପାଇଁ ମଧ୍ୟ ଉପଯୁକ୍ତ ବଜାରର ସୁଯୋଗ ପାଇ ପାରିବେ । ଏହି ପ୍ରଦର୍ଶନୀ ରେ ମୋଟ ୧୦୦ ଗୋଟି ଷ୍ଟଲ ସ୍ଥାନୀୟ ଶିଳ୍ପଦ୍ୟୋଗୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ହସ୍ତ ଶିଳ୍ପ କାରିଗର, ଓରମାସ, ମିଶନ ଶକ୍ତି ଓ ସ୍ୱେଛାସେବୀ ସଂଗଠନ ମାନେଖୋଲିଛନ୍ତି । ପ୍ରତ୍ୟେକ ଦିନ ପୂର୍ବାହ୍ନ ୧୦ ଘଟିକା ରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଜନସାଧାରଣ ଙ୍କ ପାଇଁ ଖୋଲା ରହୁ ଥିବା ସହ ପ୍ରତିଦିନ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଲୋକମାନଙ୍କୁ ଅବଗତ କରାଯାଉଥିବାର ଜଣାଯାଇଛି ।
