ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖୁ କରୋନା ସଂକ୍ରମିତ, ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ସ୍ଥଗିତ
ଶିମଳା : ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ କରୋନାରେ ସଂକ୍ରମିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦିଲ୍ଲୀରେ ରହିବା ପୂର୍ବରୁ ତାଙ୍କର କୋଭିଡ଼ ପରୀକ୍ଷା ରିପୋର୍ଟ ପଜିଟିଭ ହୋଇଛି । ସେଥିପାଇଁ ସୋମବାର ସୁଖୁ ପ୍ରଧାନମନ୍ତ୍ରୀଙ୍କ ସୌଜନ୍ୟମୂଳକ ସାକ୍ଷାତ ହୋଇପାରି ନାହିଁ । ସେ ଆଇସୋଲେଟେଡ଼ରେ ଅଛନ୍ତି । ଏହା ସହିତ ସମସ୍ତ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ରାଜ୍ୟ ସରକାରଙ୍କ ମୁଖପାତ୍ର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କରୋନା ସଂକ୍ରମିତ । ମୁଖପାତ୍ରଙ୍କ ଅନୁଯାୟୀ ଏହି କାରଣରୁ ସୋମବାର ଦିନ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ ସ୍ଥଗିତ ରଖାଯାଇଛି । ମୁଖ୍ୟମନ୍ତ୍ରୀ ନିଜକୁ ଅଲଗା ରଖିଛନ୍ତି । ତାଙ୍କର ସମସ୍ତ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଛି । ଆଜି ଶିମଲାକୁ ଫେରିବା ପାଇଁ ତାଙ୍କର କାର୍ଯ୍ୟକ୍ରମ ମଧ୍ୟ ବାତିଲ କରାଯାଇଛି । ସେ ହିମାଚଳ ସଦନରେ ରହୁଛନ୍ତି । ସେ ରହୁଥିବା ସ୍ଥାନରେ ଅନ୍ୟମାନଙ୍କର ଗତିବିଧି ଉପରେ ପ୍ରତିବନ୍ଧକ ଲଗାଯାଇଛି । ମୁଖ୍ୟମନ୍ତ୍ରୀ ଚାରି ଦିନ ପାଇଁ କୋଭିଡ଼-୧୯ ପ୍ରୋଟୋକଲ ଅନୁସରଣ କରିବେ ।
