ସିଏମସି ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳିତ
କଟକ : କଟକ ମହାନଗର ନିଗମ(ସିଏମସି) ପକ୍ଷରୁ ଶନିବାର ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଇଛି । ଏହି ଅବସରରେ ସିଏମସି କାର୍ଯ୍ୟାଳୟରେ ଏକ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । ମେୟର ସୁବାସ ସିଂହ, କମିଶନର ନିଖିଲ ପୱନ କଲ୍ୟାଣ, କର୍ପୋରେଟର, ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଦୁର୍ନୀତି ନିବାରଣ ଲାଗି ଐକ୍ୟବଦ୍ଧ ଭାବେ ଉଦ୍ୟମ କରିବା ସହ ସ୍ୱଚ୍ଛତାର ସହ କାର୍ଯ୍ୟ କରିବା ଲାଗି ଶପଥ ପାଠ କରିଥିଲେ । ଜନସାଧାରଣଙ୍କୁ ଦୁର୍ନୀତିମୁକ୍ତ ସେବା ଯୋଗାଇଦେବା ସହିତ ବିକାଶ ଓ ଜନକଲ୍ୟାଣ କାର୍ଯ୍ୟକ୍ରମ ଗୁଡିକରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖବା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ । ସୂଚନାଯୋଗ୍ୟ ଯେ, ଚଳିତବର୍ଷ ଅକ୍ଟୋବର ୩୧ରୁ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଅଛି ।
