ୟୁକ୍ରେନରେ ଆଉ ଜଣେ ଭାରତୀୟ ଛାତ୍ର ମୃତ
Russia-Ukraine crisis.(photo:ukraine_defence/Instagram)
କୀବ : ୟୁକ୍ରେନ ଉପରେ ରୁଷର ଆକ୍ରମଣରେ ପଞ୍ଜାବର ମୁଳ ନିବାସୀ ୨୨ବର୍ଷୀୟ ଚନ୍ଦନ ଜିନ୍ଦଲଙ୍କ ଜୀବନ ଚାଲିଯାଇଛି । ଚନ୍ଦନ ହସ୍ପିଟାଲରେ ଭର୍ତି ଥିଲେ, କିନ୍ତୁ ଯୁଦ୍ଧକାଳରେ ଦେଖାଶୁଣାର ଅଭାବରେ ତାଙ୍କୁ ଜୀବନ ଦେବାକୁ ପଡ଼ିଲା ।
ପଞ୍ଜାବର ବରନାଲା ନିବାସୀ ଏସ୍.କେ. ଜିନ୍ଦଲଙ୍କ ପୁଅ ଚନ୍ଦନ ୟୁକ୍ରେନ୍ରେ ଏମ୍ବିବିଏସ୍ର ପଢୁଥିଲେ । ୟୁକ୍ରେନ୍ର ବନିଶିୟା ସହରରେ ନ୍ୟାସନାଲ୍ ପିରୋଗୋବ ମେମୋରୀ ମେଡ଼ିକାଲ୍ ୟୁନିଭର୍ସିଟିରେ ୨୦୧୮ରେ ଏମ୍ବିବିଏସ୍ରେ ପ୍ରବେଶ ନେଇଥିବା ଚନ୍ଦନଙ୍କୁ ହଠାତ୍ ଗତ ୨ ଫେବୃଆରୀ ରାତିରେ ବ୍ରେନ୍ ଆଟାକ୍ ଆସିଥିଲା । ପରେ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଏହାମଧ୍ୟରେ ଯୁଦ୍ଧ ହେବାରୁ ହସ୍ପିଟାଲରେ ଚିକିତ୍ସାଧୀନ ଦେଖାଶୁଣାର ସଂକଟ ଉତ୍ପନ୍ନ ହୋଇଯାଇଛି । ଏହାର ଦୁଷ୍ପରିଣାମ ସ୍ୱରୂପ ଚନ୍ଦନଙ୍କ ମୃତ୍ୟୁ ଘଟିଛି । ବୁଧବାର ଦିନ ହସ୍ପିଟାଲରେ ଚନ୍ଦନଙ୍କ ମୃତ୍ୟୁ ହୋଇଯାଇଛି । ନବୀନ ୟୁକ୍ରେନ୍ରେ ଏମ୍ବିବିଏସ୍ ଚତୁର୍ଥ ବର୍ଷର ଛାତ୍ର ଥିଲା । ଗତକାଲି ମଧ୍ୟରେ ୟୁକ୍ରେନ୍ ବିସ୍ପୋରଣରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା ।
