ଦୁଖଦ ଘଟଣା : ଏସସିବିରେ ଚିକିତ୍ସାଧୀନ ଆଉ ଜଣେ ଇକମୋ ରୋଗୀ ମୃତ
କଟକ : କଟକ ଏସସିବି ମେଡିକାଲ ଇକମୋ ୟୁନିଟରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ହୃତଘାତରେ ତାଙ୍କର ଶୁକ୍ରବାର ସକାଳେ ତାଙ୍କର ମୃତ୍ୟୁ ହୋଇଛି।
ମୃତକ ଏସସିବିର ନ୍ୟୁରୋଲୋଜି ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ଅଶୋକ ମଲ୍ଲିକଙ୍କ ଏକମାତ୍ର ପୁଅ ଚର୍ଚ୍ଚିତ ମଲ୍ଲିକ। ତାଙ୍କ ବୟସ ୧୮ ବର୍ଷ। ଗତ ୨୫ ତାରିଖରେ ସେ ଏସସିବି ମେଡିକାଲରେ ଭର୍ତ୍ତି ହୋଇଥିଲେ। ସୂଚନା ଯେ, ପୂର୍ବରୁ ଇକମୋ ୟୁନିଟରେ ଭର୍ତ୍ତି ହୋଇଥିବା ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ଏବେ ଆଉ ମାତ୍ର ଜଣେ ରୋଗୀ ଇକମୋ ୟୁନିଟରେ ଚିକିତ୍ସିତ ହେଉଥିବା ସୂଚନା ରହିଛି।
