ଦେଶରେ ଆଉ ୨,୬୭୮ କରୋନା ସଂକ୍ରମିତ ଓ ୭ ମୃତ
ନୂଆଦିଲ୍ଲୀ : ଦେଶରେ କରୋନାର ନୁଆ ମାମଲା ଅଳ୍ପ କମିବାର ଲକ୍ଷ୍ୟ କରାଯାଉଛି । ଶୁକ୍ରବାର ସକାଳ ୮ଟା ସୁଦ୍ଧା ପୁରା ଦେଶରେ ସମୁଦାୟ ୨ ହଜାର ୬୭୮ ଜଣ ନୂଆ ରୋଗୀ ସାମନାକୁ ଆସିଥିବା ବେଳେ ୭ ଜଣ ମୃତ୍ୟ ବରଣ କରିଛନ୍ତି । ଏହି ସମୟ ମଧ୍ୟରେ କରୋନାରୁ ଆରୋଗ୍ୟ ହୋଇ ଫେରିଥିବା ଲୋକଙ୍କ ସଂଖ୍ୟା ୨,୫୯୪ ଜଣ ରେକର୍ଡକୁ ଆସିଛି ।
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମୁତାବକ ଶୁକ୍ରବାର ସକାଳ ସୁଦ୍ଧା ଦେଶରେ ସମୁଦାୟ ୪ କୋଟି ୪୦ ଲକ୍ଷ ୬୮ ହଜାର ୫୫୭ ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି । କରୋନାର ରିକଭରି ରେଟ ୯୮.୭୬ ପ୍ରତିଶତ ଅଛି । ଦେଶରେ ଆକ୍ଟିଭ ରୋଗୀଙ୍କ ସଂଖ୍ୟା ଆଜିସୁଦ୍ଧା ସମୁଦାୟ ୨୬ ହଜାର ୫୮୩ ରେ ପହଂଚିଛି । ପ୍ରତିଦିନ ସଂକ୍ରମଣ ଦର ୧.୧୩ ପ୍ରତିଶତ ଅଛି । ଗତ ୨୪ ଘଂଟାରେ ୨ ଲକ୍ଷ ୩୭ ହଜାର ଟେଷ୍ଟ କରାଯାଇଅଛି ।
ଆଇସିଏମ୍ଆରଙ୍କ ରିପୋର୍ଟ ଅନୁସାରେ ଶୁକ୍ରବାର ସୁଦ୍ଧା ୮୯.୭୮ କୋଟିରୁ ଅଧିକ ଟେଷ୍ଟ କରାଯାଇଅଛି । ଗତ ୨୪ ଘଂଟାରେ ୨.୫୭ ଲକ୍ଷରୁ ଅଧିକ କରୋନା ଟେଷ୍ଟ କରାଯାଇଅଛି ।
