ଦେଶରେ ଆଉ ୫୪୪୩ କରୋନା ସଂକ୍ରମିତ ଓ ୧୪ ମୃତ
ନୂଆଦିଲ୍ଲୀ : ଦେଶରେ କରୋନାର ନୁଆ ମାମଲା ଅଳ୍ପ କମିବାର ଲକ୍ଷ୍ୟ କରାଯାଉଛି । ଗୁରବାର ସକାଳ ୮ଟା ସୁଦ୍ଧା ପୁରା ଦେଶରେ ସମୁଦାୟ ୫ ହଜାର ୪୪୩ ଜଣ ନୂଆ ରୋଗୀ ସାମନାକୁ ଆସିଥିବା ବେଳେ ଏହି ସମୟ ମଧ୍ୟରେ କରୋନାରୁ ଆରୋଗ୍ୟ ହୋଇ ଫେରିଥିବା ଲୋକଙ୍କ ସଂଖ୍ୟା ୫୨୯୧ ଜଣ ରେକର୍ଡକୁ ଆସିଛି ଓ ଏମାନଙ୍କ ମଧ୍ୟରୁ ୧୪ ଜଣଙ୍କର ମୃତ୍ୟ ହୋଇଛି ।
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମୁତାବକ ଗୁରବାର ସକାଳ ସୁଦ୍ଧା ଦେଶରେ ସମୁଦାୟ ୪ କୋଟି ୩୯ ଲକ୍ଷ ୭୮ ହଜାର ୨୭୧ ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି । କରୋନାର ରିକଭରି ରେଟ ୯୮.୭୧ ପ୍ରତିଶତ ଅଛି । ଦେଶରେ ଆକ୍ଟିଭ ରୋଗୀଙ୍କ ସଂଖ୍ୟା ଆଜିସୁଦ୍ଧା ସମୁଦାୟ ୪୬ ହଜାର ୩୪୨ ରେ ପହଂଚିଛି । ପ୍ରତିଦିନ ସଂକ୍ରମଣ ଦର ୧.୬୧ ପ୍ରତିଶତ ଅଛି । ଆଇସିଏମ୍ଆରଙ୍କ ରିପୋର୍ଟ ଅନୁସାରେ ଗୁରବାର ସୁଦ୍ଧା ୩.୩୯ ଲକ୍ଷରୁ ଅଧିକ ଟେଷ୍ଟ କରାଯାଇଅଛି । ବର୍ତମାନ ସୁଦ୍ଧା ସମୁଦାୟ ୮୯.୨୭ କୋଟ ି କରୋନା ଟେଷ୍ଟ କରାଯାଇସାରିଲାଣି ।
