ରାଜ୍ୟରେ ଆଖି ବୁଜିଲେ ଆଉ ୨୨କୋଭିଡ୍ ସଂକ୍ରମିତ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା କମ୍ ହେଉନାହିଁ । ବିଗତ କିଛି ଦିନ ହେଲା ଦୈନିକ ମୃତ୍ୟୁ ସଂଖ୍ୟା ୨୦ ଉପରେ ରହୁଛି । ଏହିକ୍ରମରେ ମଙ୍ଗଳବାର ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୨ ଜଣଙ୍କ ପ୍ରାଣ ନେଇଛି କରୋନା ଭୂତାଣୁ । ଫଳରେ ରାଜ୍ୟର କରୋନାଜନିତ ମୋଟ ମୃତ୍ୟୁ ସଂଖ୍ୟା ୮୯୨୬କୁ ବୃଦ୍ଧି ପାଇଛି ।
ମୃତକଙ୍କ ମଧ୍ୟରେ ବାଲେଶ୍ୱର ଜିଲାର ୬ ଜଣ ଥିବାବେଳେ ଖୋର୍ଦ୍ଧା ଜିଲାର ୫ ଜଣ ଅଛନ୍ତି । କଟକ ଓ ଢେଙ୍କାନାଳ ଜିଲାର ୩ ଜଣ ଲେଖାଏଁ ଏବଂ ମୟୁରଭଞ୍ଜ ଜିଲାର ୨ ଜଣ ଅଛନ୍ତି । ସେହିଭଳି ଯାଜପୁର, ଭଦ୍ରକ ଓ ନୟାଗଡ଼ ଜିଲାର ଜଣେ ଲେଖାଏଁ ସଂକ୍ରମିତ ମଧ୍ୟ ପ୍ରାଣ ହରାଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ଏହି ସୂଚନା ପ୍ରଦାନ କରିଛି ।
