ରାଜ୍ୟରେ ଆଉ ୧୪୫ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ବୁଧବାର ପୁଣି ୧୪୫ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଇଏଲ୍ଏସ୍ ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଏହି ସୂଚନା ଦିଆଯାଇଛି ।
ଆଇଏଲ୍ଏସ୍ ପକ୍ଷରୁ କୁହାଯାଇଛି ଯେ ଗତ ୯ ତାରିଖ ଠାରୁ ୧୬ ଯାଏଁ ୨୪୯ ଜଣଙ୍କର ନମୁନା ଜିନୋମ ସ୍ୱିକେନ୍ସିଂ ପାଇଁ ପଠାଯାଇଥିଲା । ଏଥିରୁ ୧୪୫ ଜଣଙ୍କର ନମୁନାରେ ଓମିକ୍ରନ୍ ମିଳିଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଆକ୍ରାନ୍ତଙ୍କ କଂଟ୍ରାକ୍ଟ ଟ୍ରେସିିଂ ଜାରି ରହିିଛି । ଗତ ଡିସେମ୍ବର ୨ ତାରିଖରେ ପ୍ରଥମ ଥର ପାଇଁ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।
