ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ
କଟକ : କଟକ ସିଡିଏ ସେକ୍ଟର ୧୧ନଂ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରର ୧୭ତମ ବାର୍ଷିକ କ୍ରୀଡା ବିଦ୍ୟାଳୟର ସମ୍ପାଦକ ମାନସ ରଂଜନ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜୁ ଯୁବ ଜନତାଦଳର କଟକ ମହାନଗର ଉପ-ସଭାପତି ବିନୋଦ ପଣ୍ଡା ଯୋଗଦେଇ ଖେଳରେ ହାରଜିତ୍କୁ ଗୁରୁତ୍ୱ ନଦେଇ ସମସ୍ତ ଛାତ୍ରଛାତ୍ରୀ ଖେଳରେ ଅଂଶ ଗ୍ରହଣ କରିବା ଉଚିତ୍ ଏବଂ ଖେଳ ଦ୍ୱାରା ଶାରୀରିକ ଓ ମାନସିକ ସ୍ତରରେ ବିକାଶ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଭାବେ ଯୁବ ଶିଳ୍ପପତି ପ୍ରଶାନ୍ତ କୁମାର ମହାନ୍ତି ଯୋଗ ଦେଇଥିଲେ । ଶିକ୍ଷୟତ୍ରୀ ଶୁଭସ୍ମିତା ବେହେରା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜ୍ୟୋର୍ତିମୟୀ ଦାସ, ଗିରିଧାରୀ ଦୟାଲ, ରଶ୍ମିତା ରାଉତ, ଡଲି ନାୟକ, ଅପୂର୍ଣ୍ଣା ରାଉତ, ସ୍ୱର୍ଣ୍ଣ ବେହେରା, ରୁବିନା ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ।
