ଶ୍ରୀମା ସରସ୍ୱତୀ ଶିଶୁ ମନ୍ଦିରରେ ବାର୍ଷିକ କ୍ରୀଡା ଉତ୍ସବ
କଟକ : ଭଗତପୁରସ୍ଥିତ ଶ୍ରୀମା ସରସ୍ୱତୀ ଶିଶୁ ମନ୍ଦିରରେ ଦୁଇ ଦିନ ଧରି ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବକୁ ନୀଳଚକ୍ରର ଅଧ୍ୟକ୍ଷା ତଥା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ନମିତା ପଣ୍ଡା ଉଦଘାଟନ କରିଥିଲେ । ଅନ୍ୟତମ ଅତିଥିମାନଙ୍କ ମଧ୍ୟରେ ସନ୍ୟାସିନୀ ବିଦ୍ୟୁତ କୁମାରୀ ଲାଲା, ଅଧ୍ୟାପକ କିଶୋର ଚନ୍ଦ୍ର ଦାସ, ୨୭ ନଂ କର୍ପୋରେଟର ଇତିଶ୍ରୀ ଦାସ ଏବଂ ୨୮ନଂ ୱାର୍ଡର କର୍ପୋରେଟର ବନଲତା ପ୍ରଧାନ ଯୋଗଦେଇଥିଲେ । ଉଦଯାପନୀ ଉତ୍ସବରେ ତାରାକାନ୍ତ ଅଗସ୍ତି, ଡ. କ୍ଷୀରୋଦ କୁମାର ସାହୁ, ସୁରେଶ ଚନ୍ଦ୍ର ପଣ୍ଡା, ମାନସ କର, ଗିରିଜା ଶଙ୍କର ପଣ୍ଡା, ଅଖିଳ ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ସୁଜାତା ପଣ୍ଡା ଏବଂ ଗୁରୁମାମାନଙ୍କ ଦ୍ୱାରା କ୍ରୀଡା ଉତ୍ସବ ପରିଚାଳନା ହୋଇଥିଲା । ଶେଷରେ ସଂପାଦକ ଅଶୋକ କୁମାର ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ ।
