ଖଇରା ଆଦର୍ଶ ଶିକ୍ଷା ମନ୍ଦିରର ବାର୍ଷିକୋତ୍ସବ
ଖଇରା : ବାଲେଶ୍ୱର ଜିଲା ଅଧୀନ ଖଇରାସ୍ଥିତ ଆଦର୍ଶ ଶିକ୍ଷା ମନ୍ଦିରର ବାର୍ଷିକୋତ୍ସବ ରବିବାର ଦିନ ସଭା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି । ପରିଚାଳନା କମିଟି ସଭ୍ୟ ସୁଦର୍ଶନ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ପ୍ରାକ୍ତନ ମନ୍ତ୍ରୀ ତଥା ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି,ଇଣ୍ଡିଆନ ଏକ୍ସପ୍ରେସର ଖବରଦାତା ମନୋରଞ୍ଜନ ପଣ୍ଡା ମୁଖ୍ୟବକ୍ତା,ସରପଞ୍ଚ ମାଳତୀଲତା ସେଠୀ,ଜିଲା ପରିଷଦ ସଭ୍ୟା ରଶ୍ମିତା ମହାପାତ୍ର,ସମିତିସଭ୍ୟା ନର୍ମଦା ଦେଓ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରତିଷ୍ଠାତା ପ୍ରଭାତ କୁମାର ଜେନାଙ୍କ ଆବାହକତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ ମଣିକିଙ୍କର ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ୫ମ ଶ୍ରେଣୀ ଓ ୬ଷ୍ଠ ଶ୍ରେଣି ବୃତ୍ତି ଲାଭ କରିଥିବା ଜୟନ୍ତ କୁମାର ବେହେରା,ନବୋଦୟ ପରୀକ୍ଷାରେ କୃତିତ୍ୱ ଲାଭ କରିଥିବା ଅଂଶୁମାନ ମାଝୀ,୩ୟ ଶ୍ରେଣି ବୃତ୍ତି ପାଇଥିବା ରାଜଲକ୍ଷ୍ମୀ ବେହେରା,ମେଡିକାଲ ଛାତ୍ର ଜ୍ୟୋତିରଞ୍ଜନ ଓ ରୋହିତ କୁମାର ସାହୁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ କୁନି କୁନି ଛାତ୍ରୀଛାତ୍ରଙ୍କ ଦ୍ୱାରା ଦେଶାତ୍ମବୋଧକ ଓ ଶାସ୍ତ୍ରୀୟ ନୃତ୍ୟ ଉପସ୍ଥିତ ଅବିଭାବକ,ଦର୍ଶକ ଙ୍କ ମନମୋହିଥିଲା ।
