ଫେବୃଆରୀ ଦ୍ଵିତୀୟ ସପ୍ତାହ ପର୍ଯ୍ୟନ୍ତ ଅଙ୍ଗନବାଡ଼ି କର୍ମୀଙ୍କ ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର : ଅଙ୍ଗନବାଡି କର୍ମୀଙ୍କ ଆନ୍ଦୋଳନ ଫେବୃଆରୀ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରହିଛି । ଏନେଇ ଅଙ୍ଗନବାଡ଼ି ସଂଘ ସଭାନେତ୍ରୀ ସୂଚନା ଦେଇଛନ୍ତି । ଅଙ୍ଗନବାଡ଼ି କର୍ମୀଙ୍କ ୮ ଦଫା ଦାବୀ ନେଇ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ହୋଇଛି । ଦରମା ବୃଦ୍ଧି ନେଇ ଆଗାମୀ ଦିନରେ ମଧ୍ୟ ଆଲୋଚନା ହେବ । ଫେବୃଆରୀ ୨ୟ ସପ୍ତାହରେ ଆଲୋଚନା କରିବେ ବୋଲି ଲିଖିତ ଭାବେ ମୁଖ୍ୟ ଶାସନ ସଚିବ ଦେବା ପରେ ଆନ୍ଦୋଳନ ସ୍ଥଗିତ ରହିଛି । ଏଥିସହିତ ଯଦି ଦାବୀ ପୂରଣ ନହୁଏ ପୁଣି ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ସଭାନେତ୍ରୀ ଚେତାବନୀ ଦେଇଛନ୍ତି ।
