କୋଟିଆରେ ପୁଣି ଆନ୍ଧ୍ରପ୍ରଦେଶର ଅନୁପ୍ରବେଶ, ବୃକ୍ଷ ରୋପଣ ସହ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ
????????????????????????????
ପଟ୍ଟାଙ୍ଗି : କୋରାପୁଟ ଜିଲା କୋଟିଆର ଫଗୁଣସିନେରୀ ଗାଁରେ ପୁଣି ଆନ୍ଧ୍ରପ୍ରଦେଶର ଅନୁପ୍ରବେଶ । ଓଡ଼ିଶା ସରକାରଙ୍କୁ ଚ୍ୟାଲେଞ୍ଜ ଦେବା ଭଳି ଆନ୍ଧ୍ର କାର୍ଯ୍ୟ କରିଥିବା ଦେଖିବାକୁ ମିଳିଛି । ଏହି ବିବାଦୀୟ ଅଞ୍ଚଳରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହିତ ବିଭିନ୍ନ ପ୍ରକଳ୍ପର ଭୂମିପୂଜା କରିଛନ୍ତି । ଗୁରୁବାର ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ୍ ପିଏ ଆଟିଡିଏ ଆର କୁର୍ମାନାଥ ଫାଟୁସିନେରୀ ଅଂଚଳକୁ ଆସି ପଂଚାୟତ ଗୃହ, ଅଂଗନବାଡ଼ି କେନ୍ଦ୍ର ଓ କୃଷକ ଭବନ ଗୃହର ଭୂମିପୂଜନ କରିଥିବାର ଜଣାପଡିଛି ।
ସୂଚନା ଯେ, ଆନ୍ଧ୍ର ସରକାର ଏହି ଅଞ୍ଚଳରେ ଗତ ଅଗଷ୍ଟ ୧୬ ତାରିଖରେ ବିଭିନ୍ନ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିବାକୁ ଯୋଜନା ରଖିଥିଲେ। କିନ୍ତୁ ସେଦିନ କୋରାପୁଟ ଜିଲ୍ଲାର ସର୍ବଦଳୀୟ ନେତା ଏକାଠି ହୋଇ ବିରୋଧ କରିବାରୁ ଆନ୍ଧ୍ରପ୍ରଦେଶରୁ କେହି ଆସିନଥିଲେ। ଓଡ଼ିଶାର ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସର୍ବଦଳୀୟ ନେତା ଫଗୁଣସିନେରୀ ଗାଁରେ ପହଁଚି ରାସ୍ତାକୁ ସିଲ କରିବା ସହିତ ଜଗି ରହିଥିଲେ। ଫଳରେ ସେହିଦିନ ଆଉ କାର୍ଯ୍ୟକ୍ରମ ହୋଇ ପାରିନଥିଲା। କିନ୍ତୁ ଆଜି ସୁଯୋଗ ଦେଖି ଅନୁପ୍ରବେଶ କରି ଏହି କାର୍ଯ୍ୟକ୍ରମ କରିବାକୁ ନେଇ ଓଡ଼ିଶାବାସୀ ତୀବ୍ର ନିନ୍ଦା କରିଛନ୍ତି।
