ପୁଣି ଜନନୀ ଯନ୍ତ୍ରଣା, ଖଟିଆରେ ବୁହା ହେଲେ ଗର୍ଭବତୀ
ଭଞ୍ଜନଗର : ଗଞ୍ଜାମ ଓ କନ୍ଧମାଳ ସୀମାବର୍ତ୍ତୀ ଅଞ୍ଚଳ ଗମ୍ଭାରୀ ଗୋଚ୍ଛା ଗ୍ରାମରେ ଆଜି ଦେଖିବାକୁ ମିଳିଛି ପୁଣି ଜନନୀ ଯନ୍ତ୍ରଣାର କରୁଣ ଚିତ୍ର । ଗଞ୍ଜାମ ଓ କନ୍ଧମାଳ ସୀମାନ୍ତରେ ଥିବା ଦୁର୍ଗମ ଅଂଚଳ ଗମ୍ଭାରୀ ଗୋଚ୍ଛା ଗ୍ରାମରେ ଗର୍ଭବତୀ ମହିଳା ସୋରଜିନୀ ମଳିକଙ୍କୁ ଆଜି ଗର୍ଭ ଯନ୍ତ୍ରଣା ଆସିବାରୁ ନିକଟସ୍ଥ ଗଲେରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜଣାଇଥିଲେ ।
ଗାଲେରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ୧୦୨ ଆମ୍ୱୁଲାନ୍ସ ରୋଗୀଙ୍କୁ ଆଣିବାକୁ ଯାଇଥିଲା । କିନ୍ତୁ ଉକ୍ତ ଗ୍ରାମକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସଟି ରଗାପାଦୁ ଗ୍ରାମ ନିକଟରେ ଅଟକି ଯାଇଥିଲା । ଗମ୍ବାରିଗୋଚ୍ଛା ଗ୍ରାମରୁ ଉକ୍ତ ଜନନୀକୁ ଏକ ଖଟିଆ ମାଧ୍ୟମରେ ଗ୍ରାମର କିଛି ଲୋକ ଆମ୍ବୁଲାନ୍ସ ନିକଟକୁ କାନ୍ଧରେ ବୋହି ଆଣିଥିଲେ । ସେଠାରୁ ୧୦୨ ଯୋଗେ ତାଙ୍କୁ ଗାଲେରୀ ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ପରେ ଡାକ୍ତରଖାନାରେ ସରୋଜିନୀଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା ।
