ଆଦିତ୍ୟଙ୍କୁ ଡେଟ୍ କରୁଛନ୍ତି ଅନନ୍ୟା, ସାମ୍ନାକୁ ଆସିଲା ଭିଡିଓ
ମୁମ୍ଵାଇ: ବଲିଉଡ୍ ଚୁଲବୁଲି ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏବଂ ହ୍ୟାଣ୍ଡସମ୍ ହଙ୍କ ଆଦିତ୍ୟ ରୟ କପୁରଙ୍କୁ ନେଇ ବିଟାଉନ୍ରେ ଖୁବ୍ ଚର୍ଚ୍ଚା । କୁହାଯାଉଛି କି ଉଭୟ ପରସ୍ପରକୁ ଡେଟ୍ କରୁଛନ୍ତି । ନିକଟରେ ରମେଶ ତୌରାନୀଙ୍କ ଦିୱାଲୀ ପାର୍ଟିର କିଛି ଫଟୋ ସାମ୍ନାକୁ ଆସିଥିଲା । ଯେଉଁଥିରେ ଉଭୟ ପରସ୍ପର ସହ କଥା ହେଉଥିବା ଦେଖିବାକୁ ମିଳିଥିଲା । କେବଳ ଏତିକି ନୁହେଁ ଗୁରୁବାର ଦିନ ମନୀଷ ମଲହୋତ୍ରା ଏକ ଦିୱାଲୀ ପାର୍ଟିର କରିଥିଲେ । ଅନେକ ସେଲିବ୍ରେଟ୍ ଉପସ୍ଥିତ ଥିଲେ। କିନ୍ତୁ ସବୁଠାରୁ ବଡ କଥା ହେଲା ଏହି ସମୟରେ ଆଦିତ୍ୟ ଏବଂ ଅନନ୍ୟା ଏକାଠି ଆସିଥିଲେ ଏବଂ ପରେ ଉଭୟ ଫଟୋ ଏକାଠି କ୍ଲିକ୍ କରିଥିଲେ । କେବଳ ଏତିକି ନୁହେଁ, ଦୁହେଁ ଏକା ପରି କଳା ରଙ୍ଗର ପୋଷାକ ପିନ୍ଧିଥିଲେ ।
ବାସ୍ତବରେ, ସମସ୍ତ ସେଲିବ୍ରେଟମାନଙ୍କୁ ଦେଖି ଏହା ସ୍ପଷ୍ଟ ହେଲା ଯେ ମନୀଷଙ୍କ ଦିୱାଲୀ ପାର୍ଟିର ଥିମ୍ ଧଳା, କଳା ଏବଂ ଗୋଲଡେନ୍ ରଖିଥିଲେ। ହେଲେ ଆଦିତ୍ୟ ଏବଂ ଅନନ୍ୟା କେବଳ କଳା ରଙ୍ଗର ପୋଷାକ ବାଛିଥିଲେ । ବର୍ତ୍ତମାନ ଉଭୟଙ୍କ ଫଟୋ ଏବଂ ଭିଡିଓକୁ ଏକାଠି ଦେଖିବା ପରେ ଏହା ଅନୁମାନ କରାଯାଉଛି ଯେ ଉଭୟେ ସେମାନଙ୍କ ସମ୍ପର୍କକୁ ଅଲଗା ଢଙ୍ଗରେ ନିଶ୍ଚିତ କରିଛନ୍ତି ବୋଧ ହୁଏ ।
