ମାନବିକତାର ଉଦାହରଣ ସୃଷ୍ଟି କଲେ ମହିଳା ପୁଲିସ କର୍ମୀ, ୮୬ ବର୍ଷୀୟ ବୃଦ୍ଧାଙ୍କୁ ୫ କିମି କାନ୍ଧରେ ବୋହିଲେ
ନୂଆଦିଲ୍ଲୀ: ଆଜି ବି ବଞ୍ଚିରହିଛି ମାନବିକତା । ନିଜ ଅପେକ୍ଷା ଅନ୍ୟର ଦୁଃଖ ବୁଝୁଥିବା ଲୋକେ ଦୁନିଆରେ ସବୁ କୋଣରେ ଅଛନ୍ତି । ସେଥିପାଇଁ ତ ଏଯାଏଁ ସୃଷ୍ଟି ଚାଲିଛି । ଆପଣ ଭାବୁଥିବେ ଆମେ ଏକଥା କହିଁକି କହୁଛୁ । ତେବେ ଗୁଜୁରାଟର ଜଣେ ମହିଳା ପୁଲିସ କର୍ମୀ ମାନବିକତାର ଏହି ଉଦାହରଣ ସୃଷ୍ଟି କରିଛନ୍ତି । ମରୁଭୂମିର ପ୍ରବଳ ଉତ୍ତାପରେ ବର୍ଷାବେନ ପରମାର ନାମକ ଜଣେ ମହିଳା ପୁଲିସ ୮୬ ବର୍ଷୀୟ ବୃଦ୍ଧ ମହିଳାଙ୍କୁ କାନ୍ଧରେ ୫ କି.ମି ଭୋଇ ଘରେ ନେଇ ଛାଡ଼ିଛନ୍ତି । ଏହି ବୃଦ୍ଧା ମହିଳାଜଣଙ୍କ ମୋରିରିବାପୁଙ୍କ ରାମ କଥା ଶୁଣିବା ପାଇଁ ମନ୍ଦିରକୁ ଆସିଥିଲେ। କିନ୍ତୁ ପ୍ରବଳ ତାପମାତ୍ରା କାରଣରୁ ମନ୍ଦିରର ପାହାଚ ଚଢ଼ି ନପାରି ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ ।
ଏହି ସମୟରେ ମହିଳା କନେଷ୍ଟବଳ ବର୍ଷାବେନ ପରମାର ସେହି ବୃଦ୍ଧାଙ୍କୁ ସାହାଯ୍ୟ କଲେ । ନିଜ କାନ୍ଧରେ ୫ କି.ମି ଭୋଇ ବୃଦ୍ଧାକୁ ଘରେ ନେଇ ନିରାପଦରେ ଛାଡ଼ିଲେ । ସାରା ଦେଶରେ ମହିଳା ପୁଲିସ କର୍ମଚାରୀଙ୍କୁ ପ୍ରଶଂସା କରାଯାଉଛି । ନିଜେ ଗୃହମନ୍ତ୍ରୀ ଟ୍ୱିଟ୍ କରି ମହିଳା ପୁଲିସଙ୍କ କାର୍ୟ୍ୟକୁ ପ୍ରଶଂସା କରିଛନ୍ତି।
