ଓଡ଼ିଶା ରାଜନୀତିରେ ଏକ ଉଦାହରଣ ପ୍ରମିଳା ବିଶୋଇ
ଶିକ୍ଷାଗତ ଯୋଗ୍ୟତା ରାଜନୀତିରେ ଏକମାତ୍ର ମାପକାଠି ନୁହେଁ ବୋଲି ପ୍ରମାଣିତ କରିଛନ୍ତି ବିଜେଡି ସାଂସଦ ପ୍ରମିଳା ବିଶୋଇ । ୨୦୧୯ ସାଧାରଣ ନିର୍ବାଚନରେ ଆସ୍କା ତରଫରୁ ଯେତେବେଳେ ବିଜେଡିର ଟିକେଟ ଦିଆଗଲା, ରାଜନୈତିକ ମହଲରେ ବେଶ୍ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ରାଜନୀତି ପ୍ରେକ୍ଷାପଟ୍ଟରୁ ଆସିନଥିବା ଜଣେ ମହିଳାଙ୍କୁ ବିଜେଡି ଟିକେଟ ଦେଇ ବେଶ୍ ଚର୍ଚ୍ଚା ସୃଷ୍ଟି କରିଥିଲା । ନଳବନ୍ତ ଗାଁ ର ସତସଙ୍ଗ ସ୍ଵୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଭୂମିକାରେ ପ୍ରମିଳା ବହୁ ଆଗରୁ ଚର୍ଚ୍ଚିତ। ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ପ୍ରମିଳା ବେଶ୍ ଉଲ୍ଲେଖନୀୟ ଅବଦାନ ରଖିଛନ୍ତି । ସ୍ବୟଂ ସହାୟକ ସଭାନେତ୍ରୀରୁ ସଂସଦକୁ ଯାତ୍ରା କରି ସାଧାରଣ ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ପ୍ରମିଳା ବିଶୋଇ ।
ବୟସ ୭୦ ହେଲେ ବି ବେଶ୍ ଫିଟ୍ ରହିଛନ୍ତି ଏହି ରାଜନେତ୍ରୀଜଣକ । ଓଡ଼ିଶାରେ ମହିଳା ସଶକ୍ତିକରଣ ଓ ଆର୍ଥିକ ଦୃଷ୍ଟିରୁ ମହିଳାଙ୍କୁ ସ୍ବାବଲମ୍ବୀ କରିବା ଦିଗରେ ବେଶ୍ ଉଲ୍ଲେଖନୀୟ ଅବଦାନ ରଖିଛନ୍ତି ପ୍ରମିଳା ବିଷୋଇ । ପାଠଶାଠ ପଢି ନ ଥିବା ପ୍ରମିଳା ଓଡିଶା ରାଜନୀତିରେ ଏକ ଉଦାହରଣ ପାଲଟିଯାଇଛନ୍ତି। ମାତ୍ର ତୃତୀୟ କ୍ଲାସ୍ ପର୍ଯ୍ୟନ୍ତ ପଢିଥିବା ପ୍ରମିଳା ଗତ ସାଧାରଣ ନିର୍ବାଚନରେ ସର୍ବାଧିକ ଭୋଟ୍ରେ ବିଜୟୀ ହୋଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ ।
ଶିକ୍ଷା ଏବଂ ବ୍ୟକ୍ତିଗତ ଜୀବନ :
ପ୍ରମିଳା, ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ । ସେ କେବଳ ଓଡ଼ିଆ ଭାଷା ଶିଖିଛନ୍ତି । ତାଙ୍କର ଦୁଇଟି ପୁତ୍ର ଏବଂ ଦୁଇଟି କନ୍ୟା ସନ୍ତାନ ଅଛନ୍ତି । ସେ ମାତ୍ର ପାଞ୍ଚ ବର୍ଷ ବୟସରେ ବାଞ୍ଛାନିଧି ବିଶୋଇଙ୍କୁ ବିବାହ କରିଥିଲେ । ବାଞ୍ଛାନିଧି ଜଣେ ଅବସରପ୍ରାପ୍ତ ସରକାରୀ ଚାକିରିଆ ଏବଂ କୃଷକ ଅଟନ୍ତି । ତାଙ୍କର ବଡ଼ ପୁଅ, ଦିଲୀପ ଏକ ଚା’ ଦୋକାନ ଖୋଲିଥିଲା ବେଳେ, ସାନ ପୁଅ, ରଞ୍ଜନ ଏକ ଗାଡ଼ି ଗ୍ୟାରେଜରେ କାମ କରନ୍ତି । ଦୁଇ ଝିଅ ରୁନୁ ଏବଂ ସୁଲତା ବିବାହ କରି ଶାଶୁଘରେ ରହୁଛନ୍ତି । ତାଙ୍କର କୌଣସି ନିରବଛିନ୍ନ ଆୟ ନାହିଁ, ଜମିରେ ଗହମ ଏବଂ ମାଣ୍ଡିଆ ଚାଷ କରି ପାଖାପାଖି ବର୍ଷକୁ ୧୦,୦୦୦ରୁ ୧୨,୦୦୦ ଆୟ କରନ୍ତି ।
ସମାଜ ସେବା ଏବଂ କାମ :
ସେ ପାଖାପାଖି ୧୯୯୯ ମସିହାରୁ ତାଙ୍କର ରାଜନୈତିକ ଜୀବନ ପ୍ରାରମ୍ଭ କରିଥିଲେ । ଗଞ୍ଜାମ ଜିଲାର ନଳବଣ୍ଟାରେ ଥିବା ସାତ ଶଙ୍ଖ ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ସେ ଜଡ଼ିତ । ଏହି ଗୋଷ୍ଠୀ ଜରିଆରେ ସେ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପରିବେଷଣ କରୁଥିଲେ । ପ୍ରମିଳା ତାଙ୍କ ଗ୍ରାମରେ ବହୁ ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଜଡ଼ିତ ରହି ନିଜ ଉଦ୍ୟମରେ ନିଜ ଗ୍ରାମକୁ ଖୋଲା ଶୌଚମୁକ୍ତ ଗ୍ରାମ କରିପାରିଥିଲେ । ଏହାଛଡ଼ା ସେ ତାଙ୍କ ଗାଁ ନିକଟସ୍ଥ ପାକିଡି ପାହାଡ଼ରେ ଥିବା ପିକକ ପ୍ରୋଟେକ୍ସନ ସମିତି ବା ମୟୁର ସୁରକ୍ଷା ସମିତିର ଜଣେ ସକ୍ରିୟ ସଦସ୍ୟା ଅଟନ୍ତି ।
ପୁରସ୍କାର ଏବଂ ସମ୍ମାନ :
ପ୍ରକୃତି ମିତ୍ର
ପ୍ରକୃତି ବନ୍ଧୁ
