ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ନାମରେ ଆର୍ଟ ଗ୍ୟାଲେରୀ ଉନ୍ମୋଚିତ
ଖୋର୍ଦ୍ଧା : ଚିଲିକା ବଡ଼କୁଳ ସ୍ଥିତ ଓଡ଼ି ଆର୍ଟ କେନ୍ଦ୍ରରେ ପୂର୍ବତନ ରାଷ୍ଟ୍ରଦୂତ ସ୍ୱର୍ଗତ ଅବସର ବେଉରିଆଙ୍କ ସ୍ମୃତି ଉଦ୍ଦେଶ୍ୟରେ ବୁଧବାର ସ୍ୱର୍ଗତ ବେଉରିଆଙ୍କ ପତ୍ନୀ ତୃପ୍ତି ବେଉରିଆ ଆର୍ଟ ଗ୍ୟାଲେରୀ ଉନ୍ମୋଚନ କରିଥିଲେ । ଉନ୍ମୋଚନ ସମୟରେ ସ୍ୱର୍ଗତ ବେଉରିଆଙ୍କ ଦୁଇ ଝିଅ ପ୍ରାର୍ଥନା ବେଉରିଆ ଓ ଭର୍ନିବା ବେଉରିଆ ଉପସ୍ଥିତ ଥିଲେ । ତେବେ ପ୍ରାଚୀନ କଳା, ସଂସ୍କୃତିର ବିକାଶ ଏବଂ ସଂରକ୍ଷଣ ଦିଗରେ ସ୍ୱର୍ଗତ ବେଉରିଆଙ୍କ ଅବଦାନ ଯଥେଷ୍ଟ ରହିଥିଲା ।ସେ ବଡ଼କୁଳ ଓଡ଼ି ଆର୍ଟ ଠାରେ ୨୦୧୭ ମସିହାରୁ ୧୬ ଟି କକ୍ଷ ସହିତ ୮ ଟି ଲନରେ ଅନେକ ପେଂଟିଙ୍ଗ, ପୁସ୍ତକ, ଲିପି, ପୋଥି, ଟେରା କୋଟା, ସେରାମିକ, କାଠ ଖୋଦେଇ, ସିଙ୍ଗ କାରୁକାର୍ଯ୍ୟ, ଧାନ ନିର୍ମିତ ମୂର୍ତି, ତନ୍ତ, ହସ୍ତଶିଳ୍ପୀ, ରୁପା, ତାରକସି, ଢୋକରା, ଜଉ କଣ୍ଢେଇ ଆଦି ସ୍ଥାନିତ ରହିଛି । ହେଲେ ଏହି ଓଡ଼ି ଆର୍ଟ ପାଇଁ ଅନେକ ସମୟରେ ସ୍ୱର୍ଗତ ଅବସର ବେଉରିଆଙ୍କ ବହୁ ଅବଦାନ ରହିଛି । ସୁଦୂର ମାଡ଼ଗସ, ଆଫ୍ରିକା, ଜାପାନ, ଚାଇନା, ସ୍ପେନ, ଇଣ୍ଡୋନେସିଆ, ଆଫଗାନିସ୍ତାନ, ପାକିସ୍ତାନ ଓ ମିଆଁମାରରୁ ଅନେକ କଳାକୃତି, କାରୁକାର୍ଯ୍ୟ ସମ୍ପନ୍ନ ସାମଗ୍ରୀ ସଂଗ୍ରହ କରି ଉକ୍ତ ଓଡ଼ିଆର୍ଟକୁ ହସ୍ତାନ୍ତର କରିଥଲେ । ଏପରିକି ଏସବୁ ଆଜି ପର୍ଯ୍ୟନ୍ତ ସୁରକ୍ଷିତ ଭାବେ ସ୍ଥାନିତ କରାଯାଇଛି ।ଏଭଳି ମହନୀୟତା କାର?୍ୟ୍ୟ ପାଇଁ ଆଜି ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉକ୍ତ ୧୬ ଟି କକ୍ଷ ମଧ୍ୟରୁ ଗୋଟିଏ କକ୍ଷକୁ ସ୍ୱର୍ଗତ ଅବସର ବେଉରିଆଙ୍କ ନାମରେ ନାମିତ କରାଯାଇଛି । ଆର୍ଟ ଗ୍ୟାଲେରୀ ଉନ୍ମୋଚନ ସମୟରେ ସାମାଜିକ କର୍ମୀ ଜୟ ଗୋବିନ୍ଦ ଇନ୍ଦରିଆ,ସୋସାଇଟି ଫର ଡେଭେଲପମେଂଟ ସଭାପତି ବଂଶୀଧର ଆଚାର୍ଯ୍ୟ, ସମ୍ପାଦକ ବିଜୟ କୁମାର ପତି, ଓଡ଼ିଆର୍ଟ ମୁଖ୍ୟ ସଂଯୋଜକ ପ୍ରଶାନ୍ତ କୁମାର ଦାସ, କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଆଚାର୍ଯ୍ୟ, କ୍ୟୁରେଟର ସଞ୍ଜୀବ ଶାହା,ଶୁଭମ ରାୟ, ସାଂସ୍କୃତିକ ସମ୍ପାଦକ ସୁଶାନ୍ତ କୁମାର ଦାଶ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ବେଉରିଆଙ୍କ କଳା, ସଂସ୍କୃତି ଆଦି ସମ୍ପର୍କରେ ଆଲୋଚନା କରିବା ସହ ସ୍ମୃତି ଚାରଣ କରିଥିଲେ ।
