ସାଇ ବିଦ୍ୟା ମନ୍ଦିରରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ
ବାରିପଦା : ମୟୂରଭଂଜର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସାଇ ବିଦ୍ୟାମନ୍ଦିରରେ ତିନି ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ଉତ୍ସବ ମଂଚାବନ୍ଧା ସ୍ଥିତ ଅନୁଷ୍ଠାନର ନୂତନ ଗୃହ ପ୍ରାଙ୍ଗଣରେ ଉଦଯାପିତ ହୋଇ ଯାଇଛି । ୨୩ ତାରିଖ ପୂର୍ଣ୍ଣଚନ୍ଦ୍ର ପୁର ଠାରେ ଉଦଘାଟିତ ଏହି କ୍ରୀଡା ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଠ ଶିକ୍ଷାବିତ ଡିଭାଇନ୍ ଏବଂ ମୟୂରଭଂଜ ସ୍କୁଲ ଅଫ୍ ଇଞ୍ଜିନିୟରିଂର ନିର୍ମାତା ବିପ୍ଳବ ଭଂଜନ ବୁଗୁଡେଇ ଏବଂ ସମ୍ମାନୀତ ଅତିଥି ଭାବରେ ବାରିପଦା ପୌର ପରିଷଦର ୧୫ନମ୍ବର ୱାର୍ଡର କାଉଁସିଲର ନିରୂପମା ମହାନ୍ତି ଯୋଗଦାନ କରି ବାର୍ଷିକ କ୍ରୀଡାର ଶୁଭ ଉଦ୍ ଘାଟନ କରିଥିଲେ । ଛାତ୍ର ଛାତ୍ରୀଙ୍କର ଶାରୀରିକ ତଥା ବୌଦ୍ଧିକ ବିକାଶରେ କ୍ରୀଡାର ମହତ୍ତ୍ୱ ବିଷୟରେ ନିଜ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏଥରେ ୧୦୦ ମିଟର ଦୌଡ, ଲମ୍ବଡିଆଁ, ଉଚ୍ଚଡିଆଁ, ଗଣିତ ରେସ୍, ମ୍ୟୁଜିକ୍ ଚେୟାର ଏବଂ କ୍ରିକେଟ୍ ଆଦି କ୍ରୀଡା ଅନୁଷ୍ଠିତ ହୋଇଥିଲା ।ଛାତ୍ର ଛାତ୍ରୀମାନେ ଏହି କ୍ରୀଡାର ବିଭିନ୍ନ ବିଭାଗରେ ଅଂଶ ଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ଆଜି ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ବିଜୟୀ ଛାତ୍ର ଛାତ୍ରୀ ମାନଙ୍କୁ ତୁଳସୀଚୌରା କ୍ଲଷ୍ଟରର ସିଆରସିସି ଭବାନୀ ଚନ୍ଦ୍ର ସିଂ ଏବଂ ରଙ୍ଗଲାଲ ବିଦ୍ୟାପୀଠର ପ୍ରତିଷ୍ଠାତା ପରେଶ ଚନ୍ଦ୍ର ମହାନ୍ତ ଟ୍ରଫି ପ୍ରଦାନ କରିଥିଲେ । ସମ୍ପାଦକ ଚନ୍ଦ୍ରକାନ୍ତ ରାଉତ କ୍ରୀଡାରେ ସଫଳ ଛାତ୍ର ଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିବା ବେଳେ, ଅନୁଷ୍ଠାନର ନିର୍ମାତା ନିର୍ଦ୍ଦେଶକ ଇଂ ପ୍ରଭଂଜନ ରାଉତ କ୍ରୀଡା ଉତ୍ସବର ସୁପରିଚାଳନା ପାଇଁ ପ୍ରିନ୍ସପାଲ ଅକ୍ଷୟ ଖିଲାର, ପ୍ରଧାନ ଶିକ୍ଷକ ଆଶିଷ କୁମାର ହୋତା ପ୍ରାଇମେରୀ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ପ୍ରଣତି ମିଶ୍ର, ପିସିସି ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ ସପନ କୁମାର ଦାସ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମକର୍ତା ଏବଂ ଏନ.ଏସ.ଏସ. ର ସଦସ୍ୟ ମାନଙ୍କୁ ସାଧୁବାଦ ଜଣାଇଛନ୍ତି ।
