ଭୁବନେଶ୍ୱରରେ ଜରୁରୀ ଅବତରଣ କଲା ଏୟାର ଏସିଆ ବିମାନ, ଯାତ୍ରୀ ମୃତ
ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରେ ଜରୁରୀ ଅବତରଣ କଲା ଏୟାର ଏସିଆ ବିମାନ । ଜଣେ ଯାତ୍ରୀଙ୍କ ଅସୁସ୍ଥତା କାରଣରୁ ବିମାନଟି ଜରୁରୀ ଅବତରଣ କରିଥିବା ଜଣାପଡ଼ିଛି । ଜରୁରୀ ଅବତରଣ ପରେ ଯାତ୍ରୀ ଜଣଙ୍କୁ କ୍ୟାପିଟାଲ ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ କ୍ୟାପିଟାଲ ଡାକ୍ତରଖାନାରେ ଯାତ୍ରୀ ଜଣଙ୍କ ମୃତ୍ୟୁ ହୋଇଛି । ଯାତ୍ରୀ ଜଣଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରିଛନ୍ତି ଡାକ୍ତର ।
ମୃତ ଯାତ୍ରୀଙ୍କ ନାଁ ତୈମୁର ଅଲ୍ଲୀ ଖାନ୍ ହୋଇଥିବା ସୂଚନା ମିଳିଥିବା ବେଳେ ତାଙ୍କ ପରିଚୟ ସ୍ପଷ୍ଟ ହୋଇନାହିଁ । ତେବେ ଏୟାର ଏସିଆ ବିମନଟି ବେଙ୍ଗାଲୁରୁରୁ କୋଲକାତା ଯାଉଥିବା ଜଣାପଡ଼ିଛି ।
