କରୋନାରେ ଆକ୍ରାନ୍ତ ହେଲେ ଆମେରିକାର ଫାଷ୍ଟ ଲେଡି ଜିଲ୍ଲ ବାଇଡେନ
(FILES) In this file photo taken on June 30, 2022, First Lady Jill Biden watches as Marine One, carrying US President Joe Biden, lands on the South Lawn of the White House upon Biden's return to Washington, DC. - US First Lady Jill Biden has tested positive for Covid-19 and developed mild symptoms, the White House said on August 16, 2022, two weeks after her husband Joe Biden contracted the virus for a second time. (Photo by MANDEL NGAN / AFP)
ୱାଶିଂଟନ: ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ପତ୍ନୀ ତଥା ଦେଶର ପ୍ରଥମ ମହିଳା ଜିଲ୍ଲ ବାଇଡେନ। ଜିଲ୍ଲଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ତାଙ୍କ କମ୍ୟୁନିକେସନ ନିର୍ଦ୍ଦେଶକ ଏଲିଜାବେଥ ଆଲେକ୍ସଜେଣ୍ଡର ସୂଚନା ଦେଇଛନ୍ତି।
ସୂଚନା ଯେ, ସୋମବାର ନିୟମିତ ଟେଷ୍ଟିଂ ବେଳେ ଫାଷ୍ଟ ଲେଡିଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ତେବେ ସୋମବାର ସନ୍ଧ୍ୟାରେ ତାଙ୍କ ଶରୀରରେ ଥଣ୍ଡା ଜନିତ ଲକ୍ଷଣ ଦେଖାଯାଇଥିଲା। ଏଥିପାଇଁ ଜିଲ୍ଲ ବାଇଡେନଙ୍କ ରାପିଡ ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା। ହେଲେ ରିପୋର୍ଟ ନେଗେଟିଭ ଆସିଥିଲେ। କିନ୍ତୁ ଆରଟିପିସିଆର ଟେଷ୍ଟ କରାଯିବାରୁ ରିପୋର୍ଟ ପଜିଟିଭ ଆସିଛି। ଏବେ ସେ ପ୍ରୋଟକଲ ଅନୁସାରେ ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରୁଥିବା ଏଲିଜାବେଥ ସୂଚନା ଦେଇଛନ୍ତି। ଜିଲ୍ଲ ବାଇଡେନ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ରାଷ୍ଟ୍ରପତି ଜୋ ବାଇଡେନଙ୍କ ରିପୋର୍ଟ ନେଗେଟିଭ ଆସିଛି। କିଛି ଦିନ ପୂର୍ବରୁ ବାଇଡେନ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେ ଆଇସୋଲେସନରେ ରହିଥିଲେ ମଧ୍ୟ ସବୁ ପ୍ରକାରର କାମ କରୁଥିଲେ।
