ଚାରିଗାଁ ଗ୍ରାମ ପଞ୍ଚାୟତରେ ବୃକ୍ଷରୋପଣ ରେ ୧୬ଲକ୍ଷ ଟଙ୍କା ଦୁର୍ନୀତି ଅଭିଯୋଗ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ଚାରିଗାଁ ଗ୍ରାମ ପଞ୍ଚାୟତରେ ପଞ୍ଚାୟତର ରାସ୍ତା କଡରେ ଗଛ ଲଗାଇବା ପାଇଁ ବ୍ୟୟ କରାଯାଇ ଥିବା ୧୬ ଲକ୍ଷ ଟଙ୍କାରେ ବ୍ୟାପକ ଦୁର୍ନୀତି କରାଯାଇ ଥିବା ଗ୍ରାମାବସୀ ମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ଏହି ପଂଚାୟତରେ ସରପଞ୍ଚଙ୍କ ମାଧ୍ୟମରେ ୨୦୨୦-୨୧ ମସିହାରେ ପ୍ରଥମ ଆରଡି ରୋଡ ଠାରୁ ନରକୋଳି ପଡିଆ, କେଳାପଲା ଠାରୁ ଜୟକୃଷ୍ଣପୁର, ଚାରିଗାଁ ଜିଡି ଅଫିସ ଠାରୁ ସେରଳମୂଳ, ଆରଡି ରୋଡ ଠାରୁ ସାତ ଭଉଣୀ ପର୍ଯ୍ୟନ୍ତ ଗଛ ଲଗାଇବା ପାଇଁ ସରକାରଙ୍କ ଠାରୁ ଅନୁମୋଦନ ମିଳିଥିଲା । ଏ ବାବଦରେ ଆସିଥିବା ଅନୁଦାନ ଉଠାଯାଇ ଥିଲେ ମଧ୍ୟ ସଂପୃକ୍ତ ସ୍ଥାନା ମାନଙ୍କରେ କୈାଣସି ବୃକ୍ଷ ରୋପଣ କରାଯାଇ ନାହିଁ । ଏନେଇ କେତେକ ଗ୍ରାମାବାସୀ ମାନେ ଅଭିଯୋଗ ପତ୍ର ଡାକ ମାଧ୍ୟମରେ ପଠାଇଥିଲେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଗ୍ରାମବାସୀ ମାନେ ପୁନର୍ବାର ଜିଲ୍ଲାପାଳଙ୍କୁ ଅଭିଯୋଗ କରି ତଦନ୍ତ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଅଭିଯୋଗ ପତ୍ର ପ୍ରଦାନ ସମୟରେ ମିନତୀ ପରିଡା, ଖଗେଶ୍ୱର ବେହେରା, ପ୍ରତାପ କୁମାର ସେଠୀ, ପୁର୍ଣ୍ଣଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
