ଘରୋଇ କଲେଜରେ ଆସିଷ୍ଟାଣ୍ଡ ପ୍ରଫେସରଙ୍କୁ ଦୁଷ୍କର୍ମ ଅଭିଯୋଗ
ଭୁବନେଶ୍ୱର : ରାଜଧାନୀର ଘରୋଇ କଲେଜରେ ଆସିଷ୍ଟାଣ୍ଡ ପ୍ରଫେସରଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଛତିଶଗଡ଼ର କବିର ଥାନା ଅଞ୍ଚଳର ୨୪ବର୍ଷୀୟା ଯୁବତୀଙ୍କୁ ଦୁଷ୍କର୍ମ। ଦୁଷ୍କର୍ମ କରିଥିବା ଅଭିଯୁକ୍ତ ମଧ୍ୟ ସେଇ ଘରୋଇ ଶିକ୍ଷାନୁଷ୍ଠାନର ଆସିଷ୍ଟାଣ୍ଡ ପ୍ରଫେସର ଉମେଶ ସୁଧାକର। ସଂପୃକ୍ତ ଯୁବତୀ ଏ ନେଇ ଛତିଶଗଡ ରାୟପୁର ଜିଲ୍ଲା କବିର ନଗର ଥାନାରେ ଅଭିଯୋଗ କରିଥିଲେ । ଏ ନେଇ ଜିରୋ ଏଫଆଇଆରରେ ମାମଲା ରୁଜୁ କରି ରାୟପୁର ଡିଆଇଜି କମିଶନରେଟ ପୁଲିସକୁ ଚିଠି ଲେଖିବା ପରେ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହୋଇଛି । ଏହାପରେ ଖଣ୍ଡଗିରି ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।
ପିଡିତାଙ୍କ ଅଭିଯୋଗ ପରେ ପୋଲିସ ଆଇପିସି ଦଫା ୩୭୬ , ୫୦୬ ଓ ୩୮୪ ରେ ମାମଲା ରୁଜୁ କରିଛି । ଏହା ସହ ଆସନ୍ତକାଲି ପିଡ଼ିତା ଙ୍କ ୧୬୧ ଓ କୋର୍ଟରେ ୧୬୪ ରେ ବୟାନ ରେକର୍ଡ କରିବ ପୋଲିସ। ଅଭିଯୁକ୍ତ କୁ ଧରିବା ପାଇଁ ଛତିଶଗଡ଼ ଯିବ ଖଣ୍ଡଗିରି ଥାନା ପୋଲିସ ।
