ନାବାଳିକାକୁ ଅପହରଣ ଅଭିଯୋଗ, ଥାନାରେ ଏତଲା
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅଂଚଳର ଜଣେ ନାବାଳିକାକୁ ଅପହରଣ କରାଯାଇଥିବା ନେଇ ତାଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ହୋଇଛି । ଏତଲାକୁ ଭିତି କରି ଗୋଳନ୍ଥରା ଥାନା ପୋଲିସ ୪୬/୨୩ ରେ ଏକ ମାମଲା ରୁଜ୍ଜୁ କରିଛି । ସୂଚନା ଅନୁସାରେ, ନାବାଳିକା ଜଣକ ବୁଧବାର ଦିନ ଭୈରବୀ ମନ୍ଦିରକୁ ଯାଉଛନ୍ତି କହି ଘରୁ ବାହାରିଥିଲେ । ତେବେ ସଂନ୍ଧ୍ୟା ପର୍ଯ୍ୟନ୍ତ ସେ ଘରକୁ ଫେରିନଥିଲେ । ପରିବାର ଲୋକେ ତାଙ୍କୁ ଚାରିଆଡେ ଖୋଜାଖୋଜି ନିରାଶ ହୋଇଥିଲେ । ଶେଷରେ ଥାନାରେ ଏ ସଂକ୍ରାନ୍ତରେ ଏତଲା କରିଥିଲେ । ସମ୍ପୃକ୍ତ ନାବାଳିକାକୁ ଉଦ୍ଧାର କରିବା ପାଇଁ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଥିବା ଥାନା ଅଧିକାରୀ ବିବେକାନନ୍ଦ ମହାନ୍ତ ସୂଚନା ଦେଇଛନ୍ତି ।
