ୟୁକ୍ରେନ ସେନାର ସମସ୍ତ ପ୍ରତିଷ୍ଠାନ ଧ୍ୱଂସ କରାଯିବ : ଋଷ
ନୂଆଦିଲ୍ଲୀ : ୟୁକ୍ରେନ ସୁରକ୍ଷାବାହିନୀର ସମସ୍ତ ପ୍ରତିଷ୍ଠାନକୁ ଧ୍ୱଂସ କରାଯିବ । ସାମରିକ ଶକ୍ତିକୁ ନିଷ୍କ୍ରିୟ କରାଯିବ । ଏହି ଲକ୍ଷ୍ୟରେ ୟୁକ୍ରେନ ବିରୋଧରେ ଲଢେଇ ଚାଲିଛି ବୋଲି ଋଷିଆ ବିଦେଶ ମନ୍ତ୍ରୀ ସର୍ଗଇ ଲାଭରୋଭ କହିଛନ୍ତି । ଋଷିଆର ସରକାରୀ ଗଣମାଧ୍ୟମ ସ୍ପୁଟନିକକୁ ଏକ ସାକ୍ଷାତାକାର ଦେଇ ସର୍ଗଇ କହିଛନ୍ତି ତୃତୀୟ ବିଶ୍ୱ ଯୁଦ୍ଧ ହେଲେ ପରମାଣୁ ଅସ୍ତ୍ର ସାମିଲ ହେବ । ଋଷିଆ-ୟୁକ୍ରେନ ଯୁଦ୍ଧ ଆଜି ଅଷ୍ଟମ ଦିନରେ ପହଞ୍ଚିଛି । ୟୁକ୍ରେନ ସେନାର ସମସ୍ତ ପ୍ରତିଷ୍ଠାନ ଧ୍ୱଂସ କରିବା ପାଇଁ ଋଷ ସେନା ଅହରହ ଆକାଶ ମାର୍ଗରୁ ବୋମା ମାଡ ଜାରି ରଖିଛି ।
ୟୁକ୍ରେନ ଗୋଟିଏ ପରେ ଗୋଟିଏ ସହର ଦଖଲ କରି ଚାଲିଛି ଋଷ ସେନା । ରାଜଧାନୀ କିଭର ପତନ ଘଟାଇବାକୁ ଋଷ ନିର୍ଣ୍ଣାୟକ ଲଢେଇ ପାଇଁ ସଜବାଜ ହେଉଛି । ଋଷର ପଶ୍ଚିମରେ ଥିବା ଦେଶଗୁଡିକର ଆର୍ଥିକ କଟକଣା ପାଇଁ ମସ୍କୋ ପ୍ରସ୍ତୁତ ଥିଲା । କିନ୍ତୁ ଏହାରି ଖେଳାଳୀ, ସାମ୍ବାଦିକ ଏବଂ ସାଂସ୍କୃତିକ କ୍ଷେତ୍ରରେ ପ୍ରତିନିଧିଙ୍କୁ ଟର୍ଗେଟ କରାଯିବ ବୋଲି ଋଷ କେହି ବି ଚିନ୍ତା କରିନଥିଲା ବୋଲି ବିଦେଶମନ୍ତ୍ରୀ କହିଛନ୍ତି । ସେପଟେ ଜାତିସଂଘରେ ଋଷ ବିରୋଧି ପ୍ରସ୍ତାବ ସପକ୍ଷରେ ୫ ରାଷ୍ଟ୍ରୟ ବିରୋଧ କରିନ୍ତି । ପ୍ରସ୍ତାବ ସପକ୍ଷରେ ୧୪୧ ଦେଶ ଭୋଟ ଦେଇଛନ୍ତି । ଭାରତ ସମେତ ୩୫ ଦେଶ ଭୋଟ ଦାନରୁ ବିରତ ରହିଛନ୍ତି । ଋଷରୁ ତୁରନ୍ତ ୟୁକ୍ରେନ ସମସ୍ତ ସୈନ୍ୟ ପ୍ରତ୍ୟାହାର କରୁବୋଲି ଦାବି କରାଯାଇଥିଲା । କିନ୍ତୁ ଏହି ନିନ୍ଦା ପ୍ରସ୍ତାବ ଉପରେ ହୋଇଥିବା ଭୋଟ ଦାନରୁ ଭାରତ ଦ୍ୱିତୀୟ ଥର ପାଇଁ ବିରତି ରହିଛି । ଅବଗତ କରାଇ ଦିଆଯାଇ ପାରେ ଜାତିସଂଘ ସାଧାରଣ ପରିଷଦରେ ଗୃହୀତ ପ୍ରସ୍ତାବକୁ କେହି ମାନିବା ବାଧ୍ୟତାମୂଳକ ନୁହେଁ । କିନ୍ତୁ ଏହାର ରାଜନୈତିକ ମୂଲ୍ୟ ରହିଛି ।
