ଭିଟାମିନ ବି୧୨ ଅଭାବ ହେଲେ ଦେଖାଦିଏ ଏହି ସବୁ ଲକ୍ଷଣ, ଅଣଦେଖା କଲେ ଯାଇପାରେ ଜୀବନ
ଡାକ୍ତରଙ୍କ କହିବା ଅନୁସାରେ ପ୍ରତିଦିନ ପୁରୁଷମାନଙ୍କ ପାଇଁ ୨.୪ ମାଇକ୍ରୋଗ୍ରାମ୍ ଏବଂ ମହିଳାମାନଙ୍କ ପାଇଁ ୨.୬ ମାଇକ୍ରୋଗ୍ରାମ୍ ଭିଟାମିନ ବି୧୨ ଆବଶ୍ୟକ। ଏହି ପୋଷକ ତତ୍ତ୍ୱର ଅଭାବରେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଥାଦେଇଥାଏ। ଯାହାକୁ ଅଣଦେଖା କରିବା ଅର୍ଥାତ ମୃତ୍ୟୁକୁ ଡାକିବା।
ଯେହେତୁ ଭିଟାମିନ ବି୧୨ର ଅଭାବ ଆମ ସ୍ନାୟୁ ପ୍ରଣାଳୀ ଉପରେ ପ୍ରଭାବ ପକାଇଥାଏ। ଏହା ଆମର ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଏଭଳି ପରିସ୍ଥିତିରେ ଆମକୁ ଡିପ୍ରେସନ, ଷ୍ଟ୍ରେସ୍ ଏବଂ ଚିଡଚିଡାପଣର ସାମ୍ନା କରିବାକୁ ପଡିବ।
ପେଟ ସମସ୍ୟା :
ଭିଟାମିନ ବି୧୨ର ଅଭାବ ହେତୁ ପେଟ ସମସ୍ୟା ଆରମ୍ଭ ହୁଏ। ଯେଉଁ କାରଣରୁ ଡାଇରିଆ, ବାନ୍ତି, କୋଷ୍ଠକାଠିନ୍ୟ, ଫ୍ଲାଟୁଲେନ୍ସ ଏବଂ ଗ୍ୟାସ ସମସ୍ୟା ସୃଷ୍ଟି ହୋଇପାରେ। ଏପରି ପରିସ୍ଥିତିରେ ତୁରନ୍ତ ଯାଞ୍ଚ କରିବା ଏବଂ ସଠିକ୍ ଖାଦ୍ୟ ଗ୍ରହଣ କରିବା ଆରମ୍ଭ କରିବା ଉଚିତ।
ମୁଣ୍ଡବିନ୍ଧା :
ଯେତେବେଳେ ଶରୀରରେ ଭିଟାମିନ ବି୧୨ କମିବା ଆରମ୍ଭ କରେ, ସେତେବେଳେ ଏହା ସ୍ନାୟୁଗତ ପାର୍ଶ୍ୱ ପ୍ରତିକ୍ରିୟାକୁ ବଢାଇଥାଏ। ଫଳରେ ଆମକୁ ମୁଣ୍ଡବିନ୍ଧା ହୋଇଥାଏ। ଭିଟାମିନ ବି୧୨ ଅଭାବରୁ ହେଉଥିବା ଏହା ଏକ ସାଧାରଣ ଲକ୍ଷଣ ମଧ୍ୟରୁ ଗୋଟିଏ। ତେଣୁ ଭୁଲରେ ମଧ୍ୟ ଏହାକୁ ଅଣଦେଖା କରିବାକୁ ଚେଷ୍ଟା କରନ୍ତୁ ନାହିଁ।
ଚର୍ମ ହଳଦିଆ ପଡିବା :
ଭିଟାମିନ ବି୧୨ର ଅଭାବ ହେଲେ ଆମ ଚର୍ମ ହଳଦିଆ ପଡିବାକୁ ଲାଗେ। କାରଣ ଏହିପରି ରକ୍ତହୀନତାର ଲକ୍ଷଣ ଦେଖାଯିବା ଆରମ୍ଭ କରେ। ରକ୍ତ ଅଭାବ ହେତୁ କେବଳ ଚର୍ମର ରଙ୍ଗ ବଦଳି ନଥାଏ, ଆଖିର ଧଳା ରଙ୍ଗ ମଧ୍ୟ ହଳଦିଆ ହୋଇଯାଏ। ହଳଦିଆ ରଙ୍ଗ ପ୍ରକୃତରେ ଉଚ୍ଚ ବିଲିରୁବିନ ସ୍ତର ହେତୁ ହୋଇଥାଏ।
