ଯୋଗୀ ସରକାରଙ୍କୁ ଶୁଭେଚ୍ଛା ଜଣାଇଲେ ଅଖିଳେଶ ଯାଦବ
ଲକ୍ଷ୍ନୌ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରଚଣ୍ଡ ବିଜୟ ପରେ ଯୋଗୀ ଆଦିତ୍ୟନାଥ ଆଜି ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଯୋଗୀଙ୍କ ସମେତ ତାଙ୍କ କ୍ୟାବିନେଟର ୨ ଉପମୁଖ୍ୟମନ୍ତ୍ରୀ, ୧୮ କ୍ୟାବିନେଟ ମନ୍ତ୍ରୀ, ୧୪ ରାଜ୍ୟ ମନ୍ତ୍ରୀ(ସ୍ୱତନ୍ତ୍ର ପ୍ରଭାର) ଓ ୧୮ ରାଜ୍ୟ ମନ୍ତ୍ରୀ ଶପଥ ନେଇଛନ୍ତି । ଏହି ଅବସରରେ ବିରୋଧୀ ଦଳ ନେତା ଅଖିଳେଶ ଯାଦବ ଶୁଭେଚ୍ଛା ଜଣାଇବା ସହ ଯୋଗୀ ସରକାରଙ୍କୁ ପରାମର୍ଶ ମଧ୍ୟ ଦେଇଛନ୍ତି । ଅଖିଳେଶ ଟ୍ୱିଟ୍ କରି କହିଛନ୍ତି ଯେ, ଶପଥ କେବଳ ସରକାର ଗଢ଼ିବା ପାଇଁ ନୁହେଁ, ପ୍ରକୃତରେ ଜନତାଙ୍କ ସେବା କରିବା ଲାଗି ନେବା ଉଚିତ ବୋଲି କହିଥିଲେ ।
