ବଲିଉଡରେ ଡେବ୍ୟୁ କରିବେ ଐଶ୍ୱର୍ଯ୍ୟା ରଜନୀକାନ୍ତ
ମୁମ୍ବାଇ : ବଲିଉଡରେ ଡେବ୍ୟୁ କରିବେ ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ରଜନୀକାନ୍ତ । ଏନେଇ ସେ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ସେ ସାଉଥ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ନିର୍ଦ୍ଦେଶକ ତଥା ସିଙ୍ଗର ରୂପେ ନିଜର ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସାଉଥ ଇଣ୍ଡଷ୍ଟ୍ରିର ନିଜ ଦମ୍ ଦେଖାଇବା ପରେ ହିନ୍ଦୀ ଫିଲ୍ମରେ ମଧ୍ୟ କିଛି ନୂଆ କରି ଦେଖାଇବା ପାଇଁ ଇଚ୍ଛା କରିଛନ୍ତି ।
ରିପୋର୍ଟ ଅନୁଯାୟୀ, ଅଭିନେତା ଧନୁଙ୍କେ ପୂର୍ବତନ ପତ୍ନୀ ଐଶ୍ୱର୍ଯ୍ୟା ‘ଓ ସାଥି ଚଲ୍’ ଟାଇଟଲ ଥିବା ଏକ ହିନ୍ଦୀ ଫିଲ୍ମରେ ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି । ଏହି ଫିଲ୍ମର ପ୍ରଡ୍ୟୁସର ମିନୁ ଅରୋରା ଅଛନ୍ତି । ଯାହାଙ୍କ ସହ ମିଶି ଐଶ୍ୱର୍ଯ୍ୟା ବଲିଉଡ ଫିଲ୍ମରେ ପାଦ ରଖିବାକୁ ଯାଉଛନ୍ତି । ଫିଲ୍ମ ‘ଓ ସାଥୀ ଚଲ୍’ ଏକ ସତ ପ୍ରେମ କାହାଣୀ ଉପରେ ଆଧାରିତ ଫିଲ୍ମ ହେବ।
