ଏୟାରଟେଲର ନୂଆ ପଦକ୍ଷେପ : ପ୍ରିପେଡ୍ ରିଚାର୍ଜ ପ୍ଲାନକୁ ୨୫% ବୃଦ୍ଧି
ନୂଆଦିଲ୍ଲୀ : ଟେଲିକମ ସଂସ୍ଥା ଭାରତୀ ଏୟାରଟେଲର ନୂଆ ପଦକ୍ଷେପ । ରିଚାର୍ଜ ପ୍ଲାନ ବଢାଇଛି ଏୟାରଟେଲ । ପ୍ରିପେଡ୍ ରିଚାର୍ଜ ପ୍ଲାନକୁ ୨୫ ପ୍ରତିଶତ ବୃଦ୍ଧି କରିଛି ଏୟାରଟେଲ । ଆସନ୍ତା ନଭେମ୍ବର ୨୬ରୁ ବେସ ତାରିଫ ପ୍ଲାନ ପ୍ରଯୁଜ୍ୟ ହେବ । ଏୟାରଟେଲ କହିଛି ମୋବାଇଲ୍ ଏଆରୟୁପି ହାରାହାରି ରାଜସ୍ବ ପ୍ରତି ଉପଭୋକ୍ତା ୨୦୦ ଟଙ୍କାରୁ ୩୦୦ ଟଙ୍କା ହେବା ଉଚିତ । କମ୍ପାନୀ ଆହୁରି କହିଛି ଯେ ଏହି ଏଆରୟୁପି ପୁଞ୍ଜି ଉପରେ ଏକ ଯୁକ୍ତିଯୁକ୍ତ ରିଟର୍ଣ୍ଣ ପ୍ରଦାନ କରିବ ଏବଂ ଏକ ବ୍ୟବସାୟ ମଡେଲ ହେବ । ଫଳସୂରୁପ, ଯୋଜନା ଗୁଡିକ ବର୍ତ୍ତମାନ ୨୫% ବ୍ୟୟବହୁଳ ହୋଇଛି । ବଢିଥିବା ନୂଆ ଟଙ୍କା ନଭେମ୍ବର ୨୬ରୁ ଲାଗୁ ହେବ ।
ବର୍ତ୍ତମାନ ଏୟାରଟେଲର ସବୁଠାରୁ ଶସ୍ତା ଯୋଜନା ରହିଛି ୭୯ ଟଙ୍କା । ଯାହାର ୨୫ ପ୍ରତିଶତ ବୃଦ୍ଧି ହୋଇଛି । ବର୍ତ୍ତମାନ ଗ୍ରାହକ ଏହାକୁ ୯୯ ଟଙ୍କାରେ ପାଇବେ । ଏହା କେବଳ ଗୋଟିଏ ରିଚାର୍ଜ ପ୍ଲାନ ନୁହେଁ ଯାହା ବଢିଛି କମ୍ପାନୀ ପ୍ରାୟ ସମସ୍ତ ଅସୀମିତ ରିଚାର୍ଜ ପ୍ୟାକର ମୂଲ୍ୟ ବୃଦ୍ଧି କରିଛି । ଏହି ଯୋଜନାଗୁଡିକ ବ୍ୟତୀତ, ଏୟାରଟେଲ୍ ଡାଟା ଟପ୍ ଅପ୍ ପ୍ଲାନର ମୂଲ୍ୟ ମଧ୍ୟ ବୃଦ୍ଧି କରିଛି କମ୍ପାନୀ । ନଭେମ୍ବର ୨୬ରୁ ୩ଜିବି ଡାଟା ଟପ୍ ଅପ୍ ପାଇଁ ଉପଭୋକ୍ତାଙ୍କୁ ୪୮ ବଦଳରେ ୫୮ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ସେହିପରି ୫୦ଜିବି ଡାଟା ଟପ୍ ଅପ ପାଇଁ ୨୫୧ ପରିବର୍ତ୍ତେ ୩୦୧ ଟଙ୍କା ରିଚାର୍ଜ କରିବାକୁ ପଡିବ ।
